ସମ୍ଭାବ୍ୟ ଜୱାଦ ବାତ୍ୟା ଆଶଙ୍କା ନେଇ ଚାଷୀଙ୍କ ମନରେ ଭାଳେଣି

0
325

ରଙ୍ଗେଇଲୁଣ୍ଡା,୦୧/୧୨/୨୦୨୧: ବର୍ଷା ହେଉ କି ବାତ୍ୟା ହେଉ ସର୍ବଦା ଚାଷୀ ଚିନ୍ତାରେ। ଏହି ସମ୍ଭାବ୍ୟ ଜୱାଦ ବାତ୍ୟା ଆଶଙ୍କା ନେଇ ସମସ୍ତଙ୍କ ପାଇଁ ଭାଳେଣି ପଡିଛି। ଧାନକଟା ହେବାପରେ କେଉଁଠି ସୁରକ୍ଷିତ ରଖିବେ ଏନେଇ ବ୍ୟସ୍ତ ଅଛନ୍ତି ଚାଷୀକୁଳ। ଅଞ୍ଚଳରେ ୯୦ପ୍ରତିଶତ ଧାନପାଚି ଗଲାଣି । ତରବରିଆ ଭାବେ ଧାନ ବିଲ ରେ ଅମଳକରି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀ ବ୍ୟଗ୍ର। ଗତ ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ରଂଗେଇଲୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମରେ ଧାନ ଫସଲ ବିଲରେ ପାଣି ଜମି ଅଧାପାଚିଲା ଧାନ ନଷ୍ଟ ହୋଇଥିବା ହେତୁ ଚାଷୀ ହତାଶ ହୋଇଛନ୍ତି । ଗତ ତିନିଦିନ ହେଲା ଲଘୁଚାପ ଜନିତ ଅଦିନିଆ ବର୍ଷା ହେବା ଫଳରେ ଅଧାପାଚିଲା ଧାନ ଜମି ଥିବା ପାଣିରେ ବୁଡିଯିବା ସହ ଏବଂ ଧାନ ପୁଡାରେ ପାଣି ବହୁ ସମୟ ଧରି ରହିବା ହେତୁ ନଷ୍ଟ ହୋଇଯାଇଛି । ଆଗକୁ ବାତ୍ୟା ଆସିବାଶୁଣି ଆହୁରି ଛାନିଆ ଚାଷୀକୁଳ।ଏହି ବ୍ଲକର କୋଳଥିଗାଁର ବଡ଼ବନ୍ଧ ତଳ ଅଞ୍ଚଳର ପ୍ରାୟ ଏକଶହ ହେକ୍ଟର କୀର୍ତ୍ତିପୁର,ଦାସପୂର,ଇନ୍ଦ୍ରlଖୀ,ତୁଳୁ,ମେଣ୍ଡରାଜପୁର, ମନ୍ତ୍ରିଡି, ବାୟାଳି, ବିଶ୍ଵନାଥ ପୁର, ଉପକୂଳ ଅଞ୍ଚଳର ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି।ଅଧିକାଂଶ ଚାଷୀ ମାନେ ଅଦିନିଆ ରୁଆ କାମ ହେତୁ ଧାନ ବର୍ତମାନ ଦର ପାଚିଲା ଅବସ୍ଥାରେ ରହିଛି। ବର୍ତମାନ ସୁଧା ଧାନଗଛ ଗୁଡ଼ିକ ପାଣିରେ ପଡ଼ିରହିଛି। ଯାହା ମହାସୂଲ ଆସୁ ପଛେ ଧାନ କାଟି ଆଣି ରଖୁଥିବା ଦେଖା ଦେଇଛି। କିଛି ସ୍ଥାନରେ ପାଗ ସଫା ଦେଖି ଧାନ କଟାହୋଇଛି କଟା ପାଚିଲା ଧାନ ବିଲ ମଧ୍ୟରେ ହିଁ ପଡିରହିଛି । କିଛି ଦିନ ପରେ ଧାନ ଅମଳ ହୋଇଥାଆନ୍ତା, ଅଚାନକ ଅଦିନିଆ ବର୍ଷା ଚାଷୀକୁ ଉପାୟ ଶୂନ୍ୟ ଓ ହତାଶ କରିଦେଇଛି ।ବର୍ତ୍ତମାନ ସମୟରେ ବିଲ ମଧ୍ୟରେ ଆଣ୍ଠୁଏ ପାଣି ଜମି ରହିଛି । ମୁଣ୍ଡରେ ହାତମାରି ବସିଛି ଚାଷୀ।ଚଳିତ ବର୍ଷ ମୌସୁମୀର ବିଳମ୍ବ ଏବଂ ନିଅଣ୍ଟିଆ ବର୍ଷାର ଅଭାବ ସ୍ୱତେ ଚାଷୀ କୌଣସି ପ୍ରକାରେ ଧାନ ତଳୀକୁ ସୁରକ୍ଷା ଦେଇ ରୁଆ କାମ ସାରିଥିଲେ ।ବର୍ତ୍ତମାନ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉଜୁଡ଼ିଯିବ ଧାନ ଫସଲ। ପ୍ରକୃତି ଦାଉ ସାଜିବା ସହ ଧାନ ଅମଳ କରି ପାରିବେ କି ନାହିଁ ଚାଷୀ ସନ୍ଧେହରେ । ଆସନ୍ନ ବାତ୍ୟା ପ୍ରଭାବରେ ଚାଷୀକୁଳ ସଂପୂର୍ଣ୍ଣ ତଳିତଳାନ୍ତ ହୋଇଯିବା ଆଶଙ୍କା କରୁଥିବାରୁ ପ୍ରଶାସନ ହସ୍ତକ୍ଷେପ କରି ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ସରକାରଙ୍କୁ ବ୍ଲକ ଅଞ୍ଚଳର ଜିଲ୍ଲାପରିଷଦ ସଭ୍ୟ ବିନୋଦଚନ୍ଦ୍ର ମିଶ୍ର,କିଷାନ ମୋର୍ଚ୍ଚା ରାଜ୍ୟସମ୍ପାଦକ ରାଜେଶ ସାହୁ, ବରିଷ୍ଠଚାଷୀ ଗୋକୁଳକର, ଦେବରାଜ ମହାନ୍ତି, ରମାକାନ୍ତ ପ୍ରଧାନ,ହାଡୁ ଦଳ ବେହେରା, କାଳୁଚରଣ କୋଠୀଆ, ନୀଳାମ୍ବର ମହାନ୍ତି, ସୁଶାନ୍ତ ନାୟକ, ଯୁଧିଷ୍ଠିର ନାୟକ, ସମାଜ ସେବୀ ଜଗମୋହନ ପାତ୍ର,ଚାଷୀ ଦାବୀ କରିବା ସହ ବାତ୍ୟାପରେ କ୍ଷୟକ୍ଷତି ଆକଳନ କରି କ୍ଷତି ଜନୀତ ଭରଣାରେ ଚାଷୀଙ୍କୁ ସହାୟ ହେବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here