ବ୍ରହ୍ମପୁର,୧୦/୧୨/୨୦୨୧: ଆଜି ଗଞ୍ଜାମ ଓକିଲ ସଂଘର କନଫେରେନ୍ସ ହଲ ଠାରେ ଆମ ଭାରତ ବର୍ଷର ଗର୍ବ ଗୌରବ ତଥା ତିନି ସେନା ମୁଖ୍ୟ ସ୍ବର୍ଗତ ବିପିନ ରାଓ୍ବତ ଏବଂ ଓଡ଼ିଶାର ଗର୍ବ ଗୌରବ ରାଣା ପ୍ରତାପ ଦାଶ ଓ ୧୩ ଜଣ ସହିଦ ଙ୍କ ପାଇଁ ଏକ ଶୋକ ସଭା ଆୟୋଜିତ ହୋଇଥିଲା।ଏଥିରେ ସଂଘ ସମ୍ପାଦକ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରିବାପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ଶେଷରେ ସଂଘ ସହ ସମ୍ପାଦକ ସୁଧୀର କୁମାର ପାତ୍ର ସମସ୍ତେ ଉପସ୍ଥିତ ଥିବା ସକାଶେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଶୋକସଭା ରେ ବହୁ ବରିଷ୍ଠ ଓକିଲ ମୋହନ ସିଙ୍ଗାରି, ଅକ୍ଷୟ ପଟ୍ଟନାୟକ, କୃଷ୍ଣ ସାହୁ,ପ୍ରଭୁଦତ୍ତ ଆଚାର୍ଯ୍ୟ, ବରୁଣ ଗୌଡ଼, ପ୍ରଦୀପ ପଣ୍ଡା,ସୁଧାଂଶୁ ଶେଖର ପଣ୍ଡା,ବିଭୁଦତ୍ତ ସାମନ୍ତରାୟ,ଦୀପକ ପଟ୍ଟନାୟକ, ସୁଧୀର ମିଶ୍ର, ନିଳାଞ୍ଚଳ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।