ବୁଗୁଡା, ୧୦/୧୨/୨୦୨୧: ଡିସେମ୍ବର ୧୦ ତାରିଖ ହେଉଛି ବିଶ୍ୱ ମାନବାଧିକାର ଦିବସ। ମିଳିତ ଜାତିସଂଘ ପକ୍ଷରୁ ୧୯୫୦ ମସିହାରୁ ଡିସେମ୍ବର ୧୦ ତାରିଖକୁ ମାନବାଧିକାର ଦିବସ ଭାବେ ପାଳନ କରାଯାଉଅଛି। ଏହି ପ୍ରରିପେକ୍ଷିରେ ବୁଗୁଡା ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ କଲେଜ ପରିସରରେ ବିଶ୍ୱ ମାନବାଧିକାର ଦିବସ ପାଳନ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଉଦଘାଟନ କରିଥିଲେ। ବିଭାଗର ମୁଖ୍ୟ ପ୍ରଫେସର ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆମନ୍ତ୍ରିତ ଅତିଥି ରିତେଶ କୁମାର ପ୍ରଧାନ ମାନବାଧିକାର ଦିବସ ଓ ଆଲୋଚନା ଚକ୍ର ବିଷୟରେ ବକ୍ତବ୍ୟ ରଖିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କର ଓ ଲୋକନାଥ ବେହେରା ନିଜ ବକ୍ତବ୍ୟ ରେ ମାନବାଧିକାର ର ଆବଶ୍ୟକ, ଉଲଂଘନ ଓ ପ୍ରତିକାର ବିଷୟରେ ଆଲୋକପାତ କରିଥିଲେ। ଛାତ୍ରୀ ସୁଜ୍ଞାନୀ ବିଷୋୟୀ ଓ ଆଲିସା ପ୍ରଧାନ ଆଲୋଚନା ଚକ୍ର ପାଇଁ ଉଦ୍ଦିଷ୍ଟ ସନ୍ଦର୍ଭ ” ଭାରତୀୟ ସମ୍ବିଧାନରେ ମାନବାଧିକାର ର ଗୁରୁତ୍ୱ ଓ ଏହାର ଅଧ୍ୟୟନ ” କୁ ପାଠ କରିଥିଲେ। ଏହା ଉପରେ ଆଲୋଚନା ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। କଲେଜର ଇଂରାଜୀ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକଙ୍କ ହୃଦୟ ସ୍ୱର୍ଶୀ ଭାଷଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା । ଛାତ୍ରୀ ମୌସୁମୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା