ବ୍ରହ୍ମପୁର, ୧୨/୧୨/୨୦୨୧( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଶେଷ ଅଞ୍ଚଳ ହେଉଛି ଅଙ୍ଗାରଗାଁ ଏବଂ କୁମ୍ଭାରଗାଁ ପଞ୍ଚାୟତ।
ଏହି ଦୁଇ ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବାର ଦେଖିବାକୁ ମିଳିଛି ନଗ୍ନ ଚିତ୍ର । ଏକଥା ଆମେ କହୁନୁ ଯାହା ସାଧାରଣ ଲୋକ ମାନେ କୁହନ୍ତି । ଜଣେ କର୍ତ୍ତବ୍ୟ ନିଷ୍ଠ ଗଣମାଧ୍ୟମର ପ୍ରତିନିଧି ହିସାବରେ ଆମେ ଅନୁଧ୍ଯାନ କରିବା ସହ ଉପଯୁକ୍ତ ପ୍ରମାଣ ଆଧାରରେ କେବଳ ଖବର ପ୍ରସାରଣ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବା ହେଉଛି ଆମର କର୍ତ୍ତବ୍ୟ । ବେଳେ ବେଳେ ମଧ୍ଯ କିଛି ଅସାଧୁ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ଆମ୍ଭମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼େ । ପ୍ରାପ୍ତ ସୂଚନା ମୁତାବକ, ଏହି ଦୁଇ ପଞ୍ଚାୟତର ଜନସଂଖ୍ୟା ପ୍ରାୟ ପାଖାପାଖି ୧୨ ହଜାର ହେବ । ଆଜକୁ ପ୍ରାୟ ୬ ମାସ ହେଲାଣି ଏଠାରେ କାର୍ଯ୍ୟରତ ଥିବା ଏଏନଏମଙ୍କ ପଦନ୍ନୋତି ଯୋଗୁଁ ସେ ଅନ୍ୟତ୍ର ଚାଲିଗଲେ । ତାହା ପରଠାରୁ ସେହି ସ୍ଥାନରେ ଆଉ ସ୍ଥାୟୀ ଏଏନଏମ ପଦବୀ ପୂରଣ ହୋଇ ନାହିଁ, ଫଳରେ ଛୋଟ ଛୋଟ କୋମଳମତି ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କ ଚିକିସ୍ଥା କ୍ଷେତ୍ରରେ ଅସୁବିଧା ହେଉଛି । ଆଗରୁ ଠିକ୍ ଠାକ୍ ସେବା ଚାଲିଥିଲା । ସେପଟେ ଦୀର୍ଘ ଦିନ ହେଲାଣି ଲକ୍ଷାଧିକ ଟଙ୍କା ବିନିମୟରେ ଅଙ୍ଗାରଗାଁ ପଞ୍ଚାୟତ ନିକଟରେ ଏକ ଏଏନଏମ କାର୍ଯ୍ୟାଳୟ ବା କୋଠା ନିର୍ମାଣ ହୋଇଥିଲେ ମଧ୍ଯ ତାହା ଖାଲି ପଡ଼ିଛି । ଏହି କୋଠାଟି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇନଥିବା ଯୋଗୁଁ ଏ ଭଳି ଅବସ୍ଥାରେ ଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି । ଏହି ଏଏନଏମ କାର୍ଯ୍ୟାଳୟଟି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ରାହାଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ଯ ଏଥିପ୍ରତି କୌଣସି ଅଧିକାରୀଙ୍କ ନିଘା ନ ଥିବା ଭଳି ଜଣା ପଡୁଛି । ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅଙ୍ଗାରଗାଁ ଏବଂ କୁମ୍ଭାରଗାଁ ଗ୍ରାମପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖବାକୁ ମିଳିଛି । ଧର୍ମକୁ ଆଖି ଠାର ନ୍ୟାୟରେ ପାଖାପାଖି ୧୨ ହଜାର ଜନସଂଖ୍ୟା ବିଶିଷ୍ଟ ଦୁଇ ପଞ୍ଚାୟତରେ ଜଣେ ବହୁମୂଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ଵାରା ଚାଲିଛି କୋମଳମତି ଶିଶୁ ଏବଂ ଗର୍ଭବତୀ ମା ଙ୍କ ଚିକିତ୍ସା । ଜନସାଧାରଣଙ୍କ କହିବା ଅନୁସାରେ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ ଜଣଙ୍କ ନିଜର ପାରିବା ପର୍ଯ୍ୟନ୍ତ ସେବା ଦିଅନ୍ତି । ଏବଂ ତାଙ୍କର ବ୍ୟବହାର ଅତ୍ୟନ୍ତ ଉତ୍ତମ । ପରିତାପର ବିଷୟ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଏହି ଦୁଇ ପଞ୍ଚାୟତରେ ସ୍ଥାୟୀ ଏଏନଏମ ପଦବୀ ଖାଲି ପଡ଼ିଥିବା ବେଳେ ଅସ୍ଥାୟୀ ଭାବରେ ବେଳେ ବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ ଚିକିତ୍ସା କରି ସଙ୍ଗେ ସଙ୍ଗେ ଚାଲି ଯାଆନ୍ତି । ଏ ଦିଗରେ ସ୍ଥାନୀୟ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦୃଷ୍ଟି ନ ଥିବା ଭଳି ନେଇ ସାଧାରଣରେ ଆଲୋଚନା ଚାଲିଛି ! ଏନେଇ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ତାହା ସମ୍ଭବ ପର ହୋଇପାରିନାହିଁ । ଏଥିସହିତ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଏ ଦିଗରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକିରହିଲା ?
Home ବ୍ରହ୍ମପୁର ସ୍ପେଶାଳ ଅଙ୍ଗାରଗାଁ ଏବଂ କୁମ୍ଭାରଗାଁ ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ ସେବାର ନଗ୍ନଚିତ୍ର, ନାହାନ୍ତି ସ୍ଥାୟୀ ଏଏନଏମ