ବ୍ରହ୍ମପୁର,୨୨/୧୨/୨୦୨୧: ସରକାରୀ କର୍ମଚାରୀ ମାନଙ୍କୁ ନିୟମିତ ବ୍ୟବଧାନରେ ରେ ବଦଳି କରିବା ସହ କାର୍ଯ୍ୟାଳୟ ର ପ୍ରତ୍ୟେକ ବିଭାଗ ର ପ୍ରତ୍ୟେକ କାର୍ଯ୍ୟ ରେ ପ୍ରତ୍ୟେକ କର୍ମଚାରୀ ମାନେ ଅନୁଭୂତି ହାସଲ ପାଇଁ ଅଦଳବଦଳ ନିୟମ ସରକାରଙ୍କ ଚାକିରୀ ସଂହିତା ରେ ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ତାହା ପାଳନ ହେଉନଥିବା ଘଟଣା ନଜର କୁ ଆସିଛି।କର୍ମଚାରୀ ମାନେ ଦୀର୍ଘ ଦିନ ଧରି ଗୋଟିଏ କାର୍ଯ୍ୟାଳୟ ରେ ଅବସ୍ଥାପିତ ହେବା ଦ୍ବାରା ବେନିୟମ କାର୍ଯ ତଥା ଦୁର୍ନୀତି କରିବାକୁ ରାସ୍ତା ପାଇଯାଉଛନ୍ତି।ଅନ୍ୟ ପଟେ ଏହାର ସୁଯୋଗ ରେ କାର୍ଯ୍ୟାଳୟ ର ଉପରିସ୍ଥ ଅଧିକାରୀ ମାନେ ମଧ୍ୟ ଦୀର୍ଘ ଦିନ ଧରି କାର୍ଯରତ ଥିବା କର୍ମଚାରୀ ମାନଙ୍କ ଦ୍ବାରା ବେନିୟମ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି।ବ୍ରହ୍ମପୁର ସ୍ଥିତ ପାନୀୟ ଜଳ ଓ ପରିମଳ ଡିଭିଜନ କାର୍ଯାଳୟ ରେ ଏମିତି ଏକ କର୍ମଚାରୀ ଦୀର୍ଘ ସମୟ ତଥା ୧୯୯୫ ମସିହା ଠାରୁ ଆଜି ପର୍ଯ୍ୟନ୍ତ କାର୍ଯରତ ଥିବା ସୁଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ରୁ ଜଣାପଡିଛି। କମଳକାନ୍ତ ଗୌଡ ନାମକ ଜନୈକ କିରାଣୀ ୧୯୯୫ ମସିହା ଜୁଲାଇ ମାସ ଠାରୁ ଉକ୍ତ କାର୍ଯାଳୟ ରେ ଅବସ୍ଥିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ବଦଳି ନହୋଇ କାର୍ଯାଳୟ ରେ ମନମୂଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ସରକାର ଙ୍କ ବଦଳି ନିୟମ କୁ ଫୁ କରି ଉକ୍ତ କର୍ମଚାରୀ ଦୀର୍ଘ ଦିନ ହେଲା ଅବସ୍ଥାପିତ ହେବାରେ ସକ୍ଷମ ହୋଇଛନ୍ତି। ସର୍କଲ ଅଧୀନରେ ଥିବା ସମସ୍ତ ଡିଭିଜନର କର୍ମଚାରୀ ମାନଙ୍କ ନିୟମିତ ବ୍ୟବଧାନରେ ବଦଳି କରିବା, କର୍ମଚାରୀ ମାନଙ୍କ ଦକ୍ଷତା ପରକ୍ଷିବା ଇତ୍ୟାଦି ପାଇଁ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ OPWD code ଅଖଣ୍ଡ କ୍ଷମତା ଦେଇଥିବା ବେଳେ ଏଠାରେ ଥିବା ଅଧୀକ୍ଷଣ ଯନ୍ତ୍ରୀ ଏଥି ପ୍ରତି ଗୁରୁତ୍ୱ ଦେଉନଥିବା ମନେ ହେଉଛି। ଫଳରେ ଅଧସ୍ଥନ କର୍ମଚାରୀ ମାନେ ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ରେ ଲିପ୍ତ ହେଉଛନ୍ତି।ଏଣୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ବହୁ ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।