ଶେରଗଡ ଚାଷୀ ଙ୍କୁ ତହସିଲଦାର ଙ୍କ ଆଶ୍ୱସନା

0
388

ଶେରଗଡ,୨୩/୧୨/୨୦୨୧: ଅଦିନିଆ ବର୍ଷାରେ ଶେରଗଡ ବ୍ଲକର ଚାଷୀମାନଙ୍କର ଅମଳକ୍ଷମ ଧାନ ବିଶେଷ କ୍ଷତି ଘଟି ଥିବାରୁ ଚାଷୀମାନେ ତରବରିଆ ଭାବେ ଧାନ ଅମଳକରି ବସ୍ତାବାନ୍ଧି ରଖିଛନ୍ତି।ତେବେ ଚାଷୀ ଘରେ ସ୍ଥାନ ଅଭାବ ରୁ ଧାନ ଗଛିତ ରଖିବା ସମ୍ଭବ ହେଉ ନଥିବା ବେଳେ ଏପର୍ଯ୍ଯନ୍ତ ଧାନ ମଣ୍ଡି ଖୋଲି ନଥିବାରୁ ଚାଷୀମାନେ ନାହିଁନଥିବା ହଟହଟାର ସମ୍ମୁଖିନ ହେଉଛନ୍ତି।ଅନ୍ୟ ପକ୍ଷରେ ସ୍ଥାନୀୟ ଓ ଆନ୍ଧ୍ରର ବ୍ଯବସାୟୀମାନେ ଆସି ଖୁବ୍ କମ ଦରରେ ଧାନ କିଣି ନେଉଛନ୍ତି।ଏହା ଦ୍ୱାରା ଚାଷୀ ମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ଶେରଗଡ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତିଯେ,ଚାଷୀମାନେ ତାଙ୍କର ଅମଳ ଧାନ ସାଇତି ରଖନ୍ତୁ ଓ ଆସନ୍ତା ଦଶ ଦିନରେ ମଣ୍ଡି ସେବା ସମବାୟ ସମିତି ମାଧ୍ୟମରେ ଖୋଲି ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବାକୁ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ତହସିଲଦାର ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here