ନିଖିଳ ଓଡିଶା ଆଇନଜୀବୀ ସଂଘ ର ବାର୍ଷିକ ଉତ୍ସବ ସହ ଗଞ୍ଜାମ ଓକିଲ ସଂଘ ର ସଂପର୍କ ନାହିଁ

0
396

ବ୍ରହ୍ମପୁର,୨୬/୧୨/୨୦୨୧:
ଗଞ୍ଜାମ ଓକିଲ ସଂଘର ସାଧାରଣ ପରିଷଦର ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷ ବ୍ରହ୍ମପୁର ଠାରେ ଗଞ୍ଜାମ ଓକିଲ ସଂଘ ନେତୃତ୍ୱରେ କୈଣସି ସମ୍ମିଳନୀ ଆୟୋଜନ କରାଯିବ ନାହିଁ। ଏ ନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଂଘ କର୍ମକର୍ତ୍ତା ମାନଙ୍କ ସହ ବହୁ ଓକିଲ ଯୋଗ ଦେଇ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମପୁର ଠାରେ ଆସନ୍ତା ୨୯ ଏବଂ ୩୦ ତାରିଖରେ ନିଖିଳ ଓଡିଶା ଆଇନଜୀବୀ ସଂଘ ର ବାର୍ଷିକ ଉତ୍ସବ ହେବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ନିଜକୁ ନିଖିଳ ଓଡିଶା ଆଇନଜୀବୀ ସଂଘ ର ସଭାପତି ବୋଲି ପ୍ରଚାର କରୁଥିବା ଜ୍ଞାନ ମହାନ୍ତି ଙ୍କ ସହ କିଛି ମୁଷ୍ଟିମେୟ ଓକିଲ ଯେଉଁ ପ୍ରଚାର କରୁଛନ୍ତି ଯେ,ଗଞ୍ଜାମ ଓକିଲ ସଂଘର ନେତୃତ୍ୱରେ ବ୍ରହ୍ମପୁର ଠାରେ ଆଇନଜୀବୀ ସମ୍ମିଳନୀ ହେବ, ତାହାର କୈଣସି ସତ୍ୟତା ନଥିବା ଉଲ୍ଲେଖ କରିଛନ୍ତି।କୈଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିଗତ ସୁବିଧା ପାଇଁ ସମ୍ମିଳନୀ କରିବା,ତାହା ତାଙ୍କର ନିଜସ୍ୱ ବ୍ୟାପାର କିନ୍ତୁ ସାମୁହିକ ଭାବରେ ଗଞ୍ଜାମ ଓକିଲ ସଂଘ କୁ ବ୍ୟବହାର କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ର କୁ ଆଜିର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା କରିଛନ୍ତି।ଏହାସହ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାରେ ଗଞ୍ଜାମ ଓକିଲ ସଂଘ ର ଯେଉଁ ମାନ,ମର୍ଯ୍ୟାଦା ଅଛି, ତାହା ଅକ୍ଷୁର୍ଣ୍ଣ ରଖିବାକୁ ଏହି ସମ୍ମିଳନୀ ମାଧ୍ୟମରେ ନିବେଦନ କରିବା ସହ ସମସ୍ତ ରାଜନୈତିକ ଦଳ ଓ ବିଚାରପତି ମାନଙ୍କୁ ଏହି କାର୍ଯ୍ୟକ୍ରମ ଠାରୁ ଦୁରେଇ ରହିବା ପାଇଁ ଅନୁରୋଧ କରାଯାଇଛି।ଗଞ୍ଜାମ ଓକିଲ ସଂଘ କୁ ଭାଙ୍ଗିବା ପାଇଁ ଯେଉଁ ହୀନ ଉଦ୍ୟମ ଆରମ୍ଭ ହୋଇଛି, ସେଥି ପ୍ରତି ସଚେତନ ହେବାକୁ ଓକିଲ ମାନଙ୍କୁ ଅନୁରୋଧ କରାଯାଇଛି।ଏବଂ ଏହା ସହ ସହରର ଗଞ୍ଜାମ ଓକିଲ ସଂଘ ନାମରେ କୈଣସି ବ୍ୟକ୍ତି ଚାନ୍ଦା ମାଗିଲେ ତୁରନ୍ତ ପୋଲିସ ରେ ଅଭିଯୋଗ କରିବା ପାଇଁ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଥିବା ସୁଚନା ଦେଇଛନ୍ତି। ଆଜି ର ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଭାପତି ଶିଶିର ପାଢୀ ସମେତ ନିର୍ମଳ ସାହୁ, କରୁଣାକର ପାଣିଗ୍ରାହୀ, ପୀତବାସ ପଣ୍ଡା, ପ୍ରଦୀପ ପଣ୍ଡା, ନିରଞ୍ଜନ ନାୟକ, ପି.ଏନ.ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here