ବ୍ରହ୍ମପୁର,୦୪/୦୧/୨୦୨୧ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ଗ୍ରାମପଞ୍ଚାୟତ ର ନୂଆଗାଁ କାଳି ମନ୍ଦିର ଠାରୁ ବେହେରା ସାହି ବା ଗୁଡ଼ିଆ ନାଳ ରାସ୍ତା ମଝିରେ ପୋଖରି ସଦୃଶ ପାଣି ଜମି ରହୁଛି। ଫଳରେ ଏହି ରାସ୍ତା ଦେଇ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇପାରିନାହିଁ । ଏ ନେଇ ଗ୍ରାମବାସୀ ମାନେ ମୌଖିକ ଭାବେ ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି । ଦେଖାଯାଉ କେବେ ଏହି ରାସ୍ତା ଉପରେ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧି ଙ୍କ ନଜର ପଡୁଛି ତାହା ଦେଖିବାକୁ ବାକି ରହିଲା ।
Home ବ୍ରହ୍ମପୁର ସ୍ପେଶାଳ ନୂଆଗାଁ କାଳିମନ୍ଦିର ଠାରୁ ବେହେରା ସାହି ରାସ୍ତା ମଝିରେ କୃତିମ ପୋଖରି, ଯିବାଆସିବା ରେ ଅସୁବିଧା...