ବ୍ରହ୍ମପୁର,୦୪/୦୧/୨୦୨୨:
ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ତରଫରୁ କେନ୍ଦ୍ର ରେଳମନ୍ତ୍ରୀ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନ ପ୍ରବନ୍ଦକ ଙ୍କ ଜରିଆରେ ବିଭିନ୍ନ ବିକାଶ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବା, ଯାତ୍ରୀ ସୁବିଧା ସହିତ ଷ୍ଟେସନର ବିକାଶ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ଅବସରରେ ‘ଓଡ଼ିଶା ଡେଭଲପମେଣ୍ଟ ଫୋରମ୍’ ର ରାମ ପ୍ରସାଦ ତ୍ରିପାଠୀ, ଶ୍ରୀମତୀ ବବିତା ପାତ୍ର, ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି ସୋମେଶ୍ୱର ରାଓ, ମାନସ ପାତ୍ର, ସନ୍ତୋଷ ସାହୁ, କିରଣ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ସୁବ୍ରତ ରଥ, ଗୌରୀ ଶଙ୍କର, ବି. ଶଙ୍କର ପାତ୍ର ଓ ଅନ୍ୟ ସଦସ୍ୟ ଗଣ ଦାବିପତ୍ର ଦେଇ ବ୍ରହ୍ମପୁର ଷ୍ଟେସନରେ ରେଳ ଟର୍ମିନାଲ୍ ର ନିର୍ମାଣ, ୧୩୦ ବର୍ଷ ପୁରୁଣା ଷ୍ଟେସନ ର ସର୍ବାଙ୍ଗୀନ ବିକାଶ, ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ,ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର, ଗୋପାଳପୁର-ନୟାଗଡ଼ ଭାୟା ତାରାତାରିଣୀ, ବୁଗୁଡ଼ା ଓ ଗୁଣୁପୁର-ରାୟଗଡ଼ା ରେଳପଥ ର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବା, ଶୀତଳାପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ଓ ବ୍ରହ୍ମପୁର ରୁ ମୁମ୍ବାଇ, ସୁରତ, ଦିଲ୍ଲୀ ଓ ଅନ୍ୟ ସହରକୁ ପ୍ରତିଦିନ ଟ୍ରେନ ଚଲାଇବା, ଭୁବନେଶ୍ବର ଓ ପୁରୀ ରେ ଅଟକି ଯାଉଥିବା ଅନେକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ଏବଂ ଦକ୍ଷିଣ ଓଡ଼ିଶାର ବରପୁତ୍ର ଓ ମା ତାରା ତାରିଣୀ ଙ୍କ ନାଁ ରେ ଦୂରଗାମୀ ରେଳ ଗାଡ଼ିର ନାମ କରଣ କରିବା ପାଇଁ ଅନୁରୋଧ କରାଯାଇ ଥିଲା।ଭୁବନେଶ୍ବର ଓ ପୁରୀ ରେ ଅଟକି ଯାଉଥିବା ଅନେକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ପାଇଁ ବ୍ରହ୍ମପୁରରେ ଟର୍ମିନାଲ ପଏଣ୍ଟ ନିର୍ମାଣ ପାଇଁ ଅନୁରୋଧ କରା ଯାଇଥିଲା। ମଲ୍ଟି ମୋଡାଲ୍ କମ୍ପ୍ଲେକ୍ସ ପାଇଁ ଅନେକ ବର୍ଷ ହେଲା ଯୋଜନା ଥିଲେ ମଧ୍ୟ ତାହାର କାର୍ଯ୍ୟ ଆରମ୍ଭ ଓ ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ସମ୍ପର୍କରେ ରେ କୌଣସି ସରକାର କି ପଦକ୍ଷେପ ନେଉଛନ୍ତି ସ୍ଵ ଷ୍ଠ କରିବାକୁ ଅନୁରୋଧ କରାଯାଇଥିଲା।ସୁଚନା ଯୋଗ୍ୟ ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ପଛୁଆ ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପ୍ରଚେଷ୍ଟା ଜାରୀ ରଖିଛି। ଏହିସବୁ ଦାବି ହାସିଲ ପାଇଁ ଓ ସବୁ ପ୍ରକଳ୍ପ ର କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ମାନ୍ୟବର ରେଳ ମନ୍ତ୍ରୀଙ୍କୁ ଭେଟିବାକୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ନିଷ୍ପତି ନିଆଯାଇଛି।