ରାଷ୍ଟୀୟ ସ୍ଵୟଂସେବକ ସଂଘର ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
212

ବ୍ରହ୍ମପୁର,୦୯/୦୧/୨୦୨୨: ସ୍ଥାନୀୟ ଗୋସାଇଁ ନୂଆଁଗାଁ ସ୍ଥିତ ରାଜୁ ଦଳୁଆ ସାହି ଠାରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନା ଶିବିର ସ୍ଵୟଂସେବକ ସଂଘ ତରଫରୁ ସେବା ସପ୍ତାହ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଓ ଡା. ଏ ବାଳକୃଷ୍ଣ ଯୋଗଦେଇ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଆଦି ରୋଗର ପରୀକ୍ଷା କରି ଚିକିତ୍ସା, ପରାମର୍ଶ ଓ ଔଷଧ ବିତରଣ କରିଥିଲେ ।ଔଷଧୀୟ କମ୍ପାନୀ “ଡାବର” ର ପ୍ରତିନିଧି, ସୁରଜିତ୍ ପାତ୍ର,ଦଣ୍ଡପାଣି ପାତ୍ର, ନାରାୟଣ ପଣ୍ଡା, ଭଗବାନ ଚୌଧୁରୀ, ଶିବଶଙ୍କର ପାଢୀ, ପ୍ରଫୁଲ ଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ପଣ୍ଡା ଓ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ସଭ୍ଯ ଶିବିର ପରିଚାଳନାରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here