ରାଣୀ ମାଆ ଙ୍କ ୮୪ ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ,୫୭ ୟୁନିଟ୍ ରକ୍ତ ସଂଗ୍ରହ।

0
400

ବ୍ରହ୍ମପୁର,୦୯/୦୧/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ନିକଟସ୍ଥ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଖଲ୍ଲିକୋଟ ରାଣୀ ମାଆ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ୮୪ ତମ ଜନ୍ମବାର୍ଷିକୀ ଉତ୍ସବ ଉପଲକ୍ଷେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୪୬ ନମ୍ବର ଜୋନ୍ ର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପାଣ୍ଡି ଙ୍କ ତତ୍ତ୍ଵାବଧାନରେ ଅୟୋଜିତ ଶିବିରରେ ମୋଟ ୫୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଯାଇଛି। ଏଥିରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ତ୍ରିନାଥ ଗୌଡ ଯୋଗ ଦେଇ ଶିବିର ଉଦଘାଟନ କରିଥିବା ବେଳେ ବିଜେଡ଼ି ନେତା ସୀତାରାମ ପାଣିଗ୍ରାହୀ, ଯୁବ ବିଜେଡ଼ି ସାଧରଣ ସମ୍ପାଦକ, ସୂରଜ କୁମାର ରେଡି, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ସେଠି, ପୂର୍ବତନ କବିସୂର୍ଯ୍ଯନଗର ବ୍ଳକ ଅଧ୍ୟକ୍ଷ ପିତାମ୍ବର ସେଠି, ବରିଷ୍ଠ ବିଜେଡି ନେତା ଶରତଚନ୍ଦ୍ର ପାଣ୍ଡି, ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରମୋଦ କୁମାର ପାଣିଗ୍ରାହୀ, ପୂର୍ବତନ ସମିତିସଭ୍ଯ ଲକ୍ଷ୍ମଣ ଗୌଡ, ବିଜେଡି ନେତା ଗଙ୍ଗାଧର ପାଣିଗ୍ରାହୀ, ମହିଳା ସଂଘ ସଭାନେତ୍ରୀ ଛାୟାବତୀ ବେହେରା, ସମାଜସେବୀ ଲିଙ୍ଗରାଜ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଦିନେଶ କୁମାର ମହାରଣା, ସମିତିସଭ୍ଯ ବିନାୟକ ନାୟକ, ପଞ୍ଚାୟତ ସଭାପତି ସନ୍ତୋଷ କୁମାର ରଥ ସମେତ ଅନ୍ୟମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here