କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ

0
568

ଚିକିଟି,୦୯/୦୧/୨୦୨୨:
ଆଜି ମହାସମାରୋହରେ ସୋରଳ ପଞ୍ଚାୟତର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ମହୋତ୍ସବ ସୁନାପୁରବେଳାଭୂମିଠାରେ ଅନୁଷ୍ଠିତ ହୋଇ ଯାଇଛି, ୧୯୫୨ ମସିହାରୁ ପ୍ରତିଷ୍ଠିତ ସୋରଳ ପଞ୍ଚାୟତ କାର୍ଯ୍ୟାଳୟରେ ଅନେକ ସରକାରୀ କର୍ମଚାରି କାର୍ଯ୍ୟ କରିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଦୀର୍ଘ ୭୦ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଉକ୍ତ ପଞ୍ଚାୟତର ଜନୈକ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନାମହୋତ୍ସବ ସୁନାପୁର ବେଳାଭୂମି ଠାରେ ଆୟୋଜିତ ହୋଇଯାଇଛି ପୂର୍ଵତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତି/ଶ୍ରୀ ଲୋକନାଥ ପତିଙ୍କୁ ସସ୍ତ୍ରୀକ ବିଦାୟକାଳୀନ ସମ୍ବର୍ଦ୍ଧନା ସରପଞ୍ଚ ଡ଼ି ଦାମୋଦର ରେଡିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି, ସଂମ୍ମାନିତ ଅତିଥି ସମିତିସଭ୍ୟ ଗିରିଧାର ବେହେରା, ପୂର୍ଵତନ ସମିତିସଭ୍ୟ ଜାନକୀ ରାମୁଲୁ ରେଡ୍ଡୀ, ଯୋଗାରାଓ ରେଡ୍ଡୀ, ପୂର୍ଵତନ ସରପଞ୍ଚ ପୁଷ୍ପଲତା ବେହେରା, ବରିଷ୍ଠ ସଂଗଠକ ଦୀନବନ୍ଧୁ ଓଡ଼ିଆ, ନାଏବ ସରପଞ୍ଚ ରିତା ବେହେରା,ସାମାଜିକକର୍ମୀ ବାଳରାଜୁ ରେଡ୍ଡୀ,ଭୀମ ବେହେରା ମହିଳାସ୍ୱାସ୍ଥ୍ୟକର୍ମୀ ଶୁଭଗିନୀ ଗିରି ସମସ୍ତ ଅଙ୍ଗନବାଡି କର୍ମ୍ମୀ,ଆଶାକର୍ମୀ ମିଶନଶକ୍ତିର ସଭାନେତ୍ରୀ ଝରଣା ଓଡ଼ିଆ ସମେତ ସମସ୍ତ ସିଆରପିକର୍ମୀ,ପ୍ରାଣୀମିତ୍ରା କୃଷିମିତ୍ରା ଓ ଗ୍ରାମପଞ୍ଚାୟତର ଶତାଧିକ ବରିଷ୍ଠ ଗଣ୍ୟମାନ୍ୟବ୍ୟକ୍ତି ଯୋଗଦେଇ ଉଭୟଙ୍କୁ ବିଦାୟକାଳୀନ ଭେଟି ସାଙ୍ଗକୁ ପୁଷ୍ପମାଲ୍ୟାର୍ପଣ ସହ ହୁଳହୁଳି ଓ ମୁଣ୍ଡିଆମାରି ଅଶ୍ରୁଳ ବିଦାୟଜ୍ଞାପନ କରାଯାଇଛି।କାର୍ଯ୍ୟନିର୍ବାହୀଅଧିକାରୀ ଶ୍ରୀପତିଙ୍କୁ ଭୁୟସୀ ପ୍ରଶଂସାକରିବା ସହ ଜଣେ ମିଷ୍ଟଭାଷୀ, କାର୍ଯ୍ୟକରିବାର ପରାକାଷ୍ଠ ଦକ୍ଷକର୍ମୀଙ୍କୁ ବିଦାୟଦେବା ସବୁଦିନପାଇଁ ଧ୍ରୁବତାରା ହୋଇରହିବେ। ଗ୍ରାମବାସୀଙ୍କ ମୁଖରୁ ଭାଷି ଆସୁଥିଲା। ଶ୍ରୀ ପତି ପାତ୍ରପୁର, ସାନଖେମୁଣ୍ଡି, ଗଞ୍ଜାମ,ଛତ୍ରପୁର ଚିକିଟି ଆଦି ବିଭିନ୍ନ ବ୍ଲକରେ ଦକ୍ଷତାର ସହ କାର୍ଯ୍ୟକରି ଅନେକ ପ୍ରଶଂସା ସାଉଁଟିଛନ୍ତି।

LEAVE A REPLY

Please enter your comment!
Please enter your name here