ଖଲିଙ୍ଗିରେ ଆୟୋଜିତ ନାଟକ ” କାହାଣୀ କାନ୍ଦୁଚି ଆଖି ଲୁଚେଇ ” କୁ ଉଦଘାଟନ କଲେ ନନ୍ଦିନୀ ଦେବୀ ।

0
867

ବ୍ରହ୍ମପୁର, ୦୯ /୦୧ /୨୦୨୨:
ସାନଖେମୁଣ୍ଡି ବ୍ଲକ ଖାଲିଙ୍ଗି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ହୋଇଥିବା ଶ୍ରେଷ୍ଠ ସାମାଜିକ ନାଟକ ” କାହାଣୀ କାନ୍ଦୁଛି ଆଖି ଲୁଚେଇ ” ଆଜି ମଞ୍ଚସ୍ଥ ହୋଇଅଛି । ଆୟୋଜିତ ଶୁଭ ଉଦଘାଟନ ଉତ୍ସବ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ତଥା ସାନଖେମୁଣ୍ଡି ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ।ଅନ୍ୟତମ ଅତିଥି ଭାବେ ରାଜ୍ୟ ପରିଷଦ ସଭ୍ୟ ତଥା ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ , ବିଜେଡି ସଭାପତି ଶ୍ରୀ ନୀଳମାଧବ ରାଉତ , ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ , ଖଲିଙ୍ଗି ଗ୍ରାମ ପଞ୍ଚାୟତର ସରପଞ୍ଚ , ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଆମିନ ପ୍ରଧାନଙ୍କ ସମେତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବହୁ ବିଜେଡି ନେତୃମଣ୍ଡଳୀ ଯୋଗଦେଇ ଗ୍ରାମାଞ୍ଚଳରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ଗ୍ରାମ ଯୁବଗୋଷ୍ଠୀଙ୍କୁ ସାଧୁବାଦ ପ୍ରଦାନ କରିଥିଲେ ।ଏହା ସହିତ ଖାଲିଙ୍ଗି ଗ୍ରାମର ଯୁବ ସମାଜଙ୍କ ସହ ଗ୍ରାମବାସୀଙ୍କ ଜନହିତକର କାର୍ଯ୍ୟକ୍ରମରେ ଭାଗିଦାରୀକୁ ନେଇ ଆସ୍ଥା ପ୍ରକଟ କରିଥିଲେ ।

LEAVE A REPLY

Please enter your comment!
Please enter your name here