ବରିଷ୍ଠ କଳାକାର ସଂଘ ପକ୍ଷରୁ ଜଗତ୍କଲ୍ୟାଣ ନାମ ସଙ୍କୀର୍ତ୍ତନ

0
218

ବ୍ରହ୍ମପୁର,୧୦/୦୧/୨୦୨୨ :
କରୋନା ପରେ ପରେ ଓମିକ୍ରନ୍ ହେତୁ ସରକାରୀ କଟକଣା ଭିତରେ ଦୀର୍ଘ ତିନି ବର୍ଷ ଧରି କ୍ଷତିଗ୍ରସ୍ତ କଳାକାର ସମାଜ ତଥା ଜଗତର କଲ୍ୟାଣ ବାଞ୍ଛା ପୂର୍ବକ କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ବାଲାଜୀ ପେଣ୍ଠ ଗୌଡ ସାହି ରାଧାକୃଷ୍ଣ ମନ୍ଦିର ପରିସରରେ “ଜଗତ୍କଲ୍ୟାଣ ନାମ ସଙ୍କୀର୍ତ୍ତନ” ଅନୁଷ୍ଠିତ ହୋଇଯାଇଛି । ଓମିକ୍ରନ୍ ଓ କୋଭିଡ୍ ଭିତରେ ସବୁଠାରୁ କ୍ଷତିଗ୍ରସ୍ତ କଳାକାର ସମାଜ ପ୍ରତି କି ସମାଜ କି ସରକାର କାହାରି ଯେପରି ନିଘା ନାହିଁ, ଅଥଚ ଜଗତକୁ ସୁନ୍ଦର ସୃଷ୍ଠୁ ଭାବେ ଗଢି ତୋଳିବା କ୍ଷେତ୍ରରେ ଏହି କଳାକାର ସମାଜର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଠାରେ ବାର ବାର ଗୁହାରୀ କରି କିଛି ନ ପାଇବା ଭିତରେ ଭଗବାନଙ୍କ ଶରଣାପନ୍ନ ବ୍ୟତିରେକେ ଆନ ଉପାୟ କିଛି ନାହିଁ ବୋଲି ସଂଘ ପକ୍ଷରୁ ପ୍ରକାଶ । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଓ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସର୍ବଶ୍ରୀ ବଳଦେବ ସାହୁ, ଲକ୍ଷ୍ମୀ ନାରାୟଣ ସାମଲ, କୁନୁ ବେହେରା, ସନିଆ ବେହେରା, ନୀଳ ମାଧବ ଜେନା, ମହେନ୍ଦ୍ର ସାହୁ, ବୃନ୍ଦାବନ ସାହୁ, ପ୍ରଦୀପ କୁମାର ସାହୁ, ବିଜୟ ଜେନା, ପଦ୍ମ ଚରଣ ନାୟକ, ସୁବାସ ପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ନାୟକ ପ୍ରମୁଖ ବହୁ ବରିଷ୍ଠ କଳାକାର ସରକାରଙ୍କ କେଭିଡ୍ କଟକଣା ମାନି ନାମ ସଙ୍କୀର୍ତ୍ତନ ମାଧ୍ୟମରେ ଜଗତ୍କଲ୍ୟାଣ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here