ଭରଦ୍ଵାଜ ପ୍ରତିଷ୍ଠାନର ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
175

ବ୍ରହ୍ମପୁର,୧୦/୦୧/୨୦୨୨: ସ୍ଥାନୀୟ ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ, ଉପଦେଷ୍ଟା ଡା. ଏ. ବାଳକୃଷ୍ଣ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଆଦି ରୋଗର ପରୀକ୍ଷା କରି ଚିକିତ୍ସା, ପରାମର୍ଶ ଓ ଔଷଧ ବିତରଣ କରିଥିଲେ l ଡା.ପ୍ରମିଳା ସାହୁ ପ୍ରତ୍ୟେକ ପରିବାରର ଶିଶୁ ବୟସ୍କଙ୍କ ପାଇଁ ଭୁତାଣୁ ପ୍ରତିଷେଧକ ଔଷଧ ବାଣ୍ଟିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ । ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ଶିବିର ରେ ପ୍ରାୟୋଜକ ଥିଲେ ଶ୍ରୀ ଜୟନ୍ତୀ ଲାଲ୍ ନରସି ଚୌହାନ ଓ ମନ୍ଦିର କମିଟିର ସଭ୍ଯ ସଭ୍ୟା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here