ଏନଏସି ର ଶତ ପ୍ରତିଶତ ଗୃହକୁ ପାନୀୟ ଜଳ ଯୋଗାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।

0
180

ପୋଲସରା, ୧୦/୦୧/୨୦୨୨ : ପୋଲସରା ଏନଏସି ର ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଜନ ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ଓଭର ହେଡ଼ ଟ୍ୟାଙ୍କର ଭିତ୍ତିପ୍ରସ୍ତର ସ୍ଥାପନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ସହରର ପାନୀୟ ଜଳ ସମସ୍ୟା ସୁଧାରିବା ନିମନ୍ତେ ଏହା ସହାୟକ ହେବ । ଜନସାଧାରଣ ଦୀର୍ଘଦିନ ଧରି ଜଳକଷ୍ଟ ଭୋଗି ଆସୁଥିଲେ । ଜନ ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ୪ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଓଭର ହେଡ ଟ୍ୟାଙ୍କ ଓ ଦୁଇ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଭୂତଳ ଟ୍ୟାଙ୍କ ନିର୍ମାଣ ହେବ । ଏହାସହିତ ପୋଲସରା ବନବିଭାଗ କାର୍ଯ୍ୟାଳୟ ନିକଟରୁ ଲଙ୍ଗଳେଶ୍ବର ପାଇପ୍ ଲାଇନ ସଂଯୋଗୀକରଣ କରାଯିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଇଂ ସହଦେବ ପ୍ରଧାନ , ପୋଲସରା ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ଜିଲ୍ଲା ଶ୍ରମିକ ସାମୁଖ୍ୟ ସଂପାଦକ ସନ୍ତୋଷ କୁମାର ବେହେରା, ନଗର ବିଜେଡି ସଭାପତି ରଞ୍ଜିତ ସାହୁଙ୍କ , ସଂପାଦକ ବାବୁଲା ପଟ୍ଟନାୟକ , ପୂର୍ବତନ ନଗର ସଭାପତି ଭଗବାନ ସାହୁ , ବିଶୁ ବୈଠାରୁ ସମେତ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here