ଚାକିରୀ ପାଇଁ ବୟସ ସୀମା ବଢାଇଲେ ରାଜ୍ୟସରକାର,ଚାକିରୀ ପାଇଁ ବୟସ ସମୟ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି

0
369

ଭୁବନେଶ୍ୱର,୧୦/୦୧/୨୦୨୨: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ତେବେ ଏହି ବୈଠକରେ ରାଜ୍ୟରେ ଚାକିରୀ ଆଶାୟୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଚାକିରୀ ପାଇଁ ବୟସ ସମୟ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର ।ଅନ୍ୟପଟେ ଅନୁସୁଚିତ ଜାତି, ଅନୁସୁଚିତ ଜନଜାତିଙ୍କ ପାଇଁ ବୟସ ସମୟ ସୀମା ୪୩ ବର୍ଷକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ମହିଳାଙ୍କ ଚାକିରୀ ବୟସ ସମୟ ସୀମା ଆଉ ୫ ବର୍ଷ ବୃଦ୍ଧି କରାଯାଇଛି । ସେହିପରି ଏହି ବୈଠକରେ ରାଜ୍ୟରେ ୫ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।

LEAVE A REPLY

Please enter your comment!
Please enter your name here