ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଋଣ ବଣ୍ଟନ ମେଳା ।

0
154

ପୋଲସରା, ୧୧/୦୧/୨୦୨୨ : ପୋଲସରା ପଞ୍ଚାୟତ ସମିତି ସଭା ଗୃହରେ ଜାନୁଆରୀ ୧୧ ତାରିଖ ଦିନ ପୋଲସରା ବ୍ଳକର ୨୬ ଗୋଟି ପଞ୍ଚୟତର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ମହିଲମାନଙ୍କୁ ରୋଜଗାର କ୍ଷମ କରି ସ୍ବାବଲମ୍ବୀ କରିବା ପାଇଁ ଏହି ଋଣ ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବିଡ଼ିଓ ସୁରଞ୍ଜନ କୁମାର ସାହୁ , ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଓ ଉପାଧ୍ୟକ୍ଷ ସଂଯୁକ୍ତା ବାଡ଼ତ୍ୟା ଯୋଗ ଦେଇଥିଲେ। ଏବିଡ଼ିଓ ଧର୍ମରାଜ ପରିଡା ଓ ବିପିଏମ ସଞ୍ଜୁ ସାହୁଙ୍କ ସଂଯୋଜନାରେ ୫୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ୍ ଅତିଥି ମାନେ ବଣ୍ଟନ କରିଥିଲେ। କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here