ଖ୍ରୀଷ୍ଟିଆନ ମିଶନରୀ ସଂସ୍ଥା କୁ ରାଜ୍ୟ ସରକାର ଙ୍କ ଅନୁଦାନ ପ୍ରଦାନ ବିରୁଦ୍ଧରେ ବିଶ୍ବହିନ୍ଦୁ ପରିଷର ପ୍ରତିବାଦ

0
244

ବ୍ରହ୍ମପୁର,୧୨/୦୧/୨୦୨୨:ଗଞ୍ଜାମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ଖ୍ରୀଷ୍ଟିଆନ ମିଶନାରୀ ଙ୍କୁ ଅନୁଦାନ ପ୍ରଦାନ ବିରୁଦ୍ଧରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଚଂଳ ରାଜସ୍ବ କମିଶନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ବିଭିନ୍ନ ଖ୍ରୀଷ୍ଟିଆନ ମିଶନାରୀ ସଂସ୍ଥା ବିଦେଶ ରୁ ଆର୍ଥିକ ସହାୟତା ଗ୍ରହଣ କରି ବନବାସୀ କ୍ଷେତ୍ରରେ ଧର୍ମାନ୍ତରୀକରଣ କରିବା ତଥା ରାଷ୍ଟ୍ର ବିରୋଧୀ କାର୍ଯ୍ୟ ରେ ଲିପ୍ତ ଥିବା ର ସୁଚନା ପ୍ରକାରେ କେନ୍ଦ୍ର ସରକାର ବିଦେଶ ରୁ ଆର୍ଥିକ ସାହାଯ୍ୟ ବନ୍ଦ କରିବା ସଙ୍ଗେ ସଙ୍ଗେ ସନ୍ଦେହ ଘେରରେ ଥିବା ମିଶନାରୀ ମାନଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।କିନ୍ତୁ ଦୁର୍ଭାଗ୍ୟ ର ବିଷୟ, ଓଡିଶା ହିନ୍ଦୁ ବହୁଳ ରାଜ୍ୟ ହେବା ସତ୍ବେ ଓଡିଶା ସରକାର ହିନ୍ଦୁ ସମାଜର ଭାବନାକୁ ଆଘାତ କରି ମିଶନାରୀ ମାନଙ୍କ ଦେଶ ବିରୋଧୀ କାର୍ଯ୍ୟ କୁ ପରୋକ୍ଷରେ ସମର୍ଥନ କରିଆସୁଛନ୍ତି।ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ନିର୍ମମ ହତ୍ୟା ର ତଦନ୍ତ ରିପୋର୍ଟ କୁ ସାର୍ବଜନୀନ ନକରି ମିଶନାରୀ ମାନଙ୍କୁ ସହାୟତା ପ୍ରଦାନ କରିବା କାର୍ଯ୍ୟ କୁ ବିଶ୍ବହିନ୍ଦୁ ପରିଷଦ ଦୃଢ ନିନ୍ଦା କରିଛନ୍ତି ଏବଂ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ପୂର୍ବକ ରାଜ୍ୟ ସରକାରଙ୍କ ସମ୍ବିଧାନ ବିରୋଧୀ କାର୍ଯ୍ୟ କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ଆଜିର ଏହି ସ୍ମାରକପତ୍ର ପ୍ରଦାନ ବେଳେ ବିଶ୍ବହିନ୍ଦୁ ପରିଷର ବିଭାଗ ସଭାପତି ଇଂ ଅଶୋକ କୁମାର ପାଳ,ସମ୍ପାଦକ ଅରୁଣ ପ୍ରସାଦ ପାଢୀ, ପ୍ରାନ୍ତ ମଠମନ୍ଦିର ପ୍ରମୁଖ ରମାକାନ୍ତ ରଥ,ଜିଲ୍ଲା ସଭାପତି ଡା.ଭବାନୀ ଶଙ୍କର ଦାଶ,ସମ୍ପାଦକ ଗୋପାଳ କୃଷ୍ଣ ସ୍ବାଇଁ, ନଗର ସଭାପତି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ବଜରଙ୍ଗ ଦଳ ସଂଯୋଜକ ବାଳକୃଷ୍ଣ ରେଡ୍ଡୀ, ମହନ୍ତ ହରିହର ଦାଶ ଜୀ ମହାରାଜ ସମାଜସେବୀ ପ୍ରସନ୍ନ ଛୋଟରାୟ, ସନ୍ତୋଷ କୁମାର ସାହୁ, ସୁରେଶ ଚନ୍ଦ୍ର ବିଶୋୟୀ,ବନବିହାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here