ବୁଗୁଡାରେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚତୁର୍ଥ ବର୍ଗକୁ ପଦୋନ୍ନତି ।

0
424

ବୁଗୁଡା, ୧୨/୦୧/୨୦୨୨: ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଚତୁର୍ଥ ବର୍ଗର ପଦବୀକୁ ଏବଂ ପଞ୍ଚମ ବର୍ଗ-ଏ କୁ ୨୨ ଜଣ ଓ ପଞ୍ଚମ ବର୍ଗ-ବି କୁ ୨୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ଜାନୁଆରୀ ୧୨ ତାରିଖ ଦିନ ପଦୋନ୍ନତି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ପଞ୍ଚମ ବର୍ଗ-ବି ରୁ ଚତୁର୍ଥ ବର୍ଗ ପ୍ରଧାନ ଶିକ୍ଷକ ପଦବୀକୁ ୧-ଧ୍ଵନନ୍ତରୀ ଦେବୀ, ୨-ବସନ୍ତ ମଞ୍ଜରୀ ହୋତା, ୩-ପ୍ରତିମା ପଣ୍ଡା, ୪-ପ୍ରତିଭା ଦେବୀ, ୫-ପ୍ରଭାତୀ ମିଶ୍ର, ୬-କିଶୋର ଚନ୍ଦ୍ର ପାତ୍ର, ୭-ଗନ୍ଧର୍ବ ଗୌଡ଼, ୮-କେ.ରବୀନ୍ଦ୍ର କୁମାର ପାତ୍ର, ୯-ସବିତା ପାତ୍ର ଓ ୧୦-ନମିତା ପାତ୍ର ମୋଟ ୧୦ ଜଣ ପଦୋନ୍ନତି ହୋଇଛନ୍ତି। ସେହିପରି କନିଷ୍ଠ ଶିକ୍ଷକ ପଦବୀରୁ ପଞ୍ଚମ ବର୍ଗ-ଏ ପଦବୀକୁ ୨୨ ଜଣ ପଦୋନ୍ନତି ପାଇଥିବା ବେଳେ ପଞ୍ଚମ ବର୍ଗ-ଏ ରୁ ପଞ୍ଚମ ବର୍ଗ-ବି ପଦବୀକୁ ୨୪ ଜଣ ପଦୋନ୍ନତି ହୋଇଛନ୍ତି। ସମସ୍ତ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ଓ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here