ମୃତ୍ୟୁ ପରେ ଏମ.କେ.ସି.ଜି.ମେଡିକାଲ କଲେଜକୁ ଚକ୍ଷୁ ଓ ଶରୀର ଦାନ

0
451

ବ୍ରହ୍ମପୁର,୧୩/୦୧/୨୦୨୨: ଗଞ୍ଜାମ ଜିଲ୍ଲା ମାନବବାଦୀ ହେତୁବାଦୀ ସଂଗଠନ ପ୍ରଚେଷ୍ଟାରେ ଆଜି ବ୍ରହ୍ମପୁର ସହରରେ ଦଶମ ଶରୀର ଦାନ କରାଯାଇଛି। ବ୍ରହ୍ମପୁରସ୍ଥ ଗୌଡ଼ସାହି ନିବାସୀ କଞ୍ଚାଡା ଅରବିନ୍ଦଙ୍କ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଅରବିନ୍ଦଙ୍କ ଝିଅ କେ. ଅସୀମା ICWI ଛାତ୍ରୀ ଓ ସ୍ତ୍ରୀ କେ.ସୁପ୍ରଭା ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟକୁ ଦାନକରିବା ପାଇଁ ସମ୍ମତିରେ ଅରବିନ୍ଦଙ୍କ ଦୁଇଟି ଚକ୍ଷୁ ତାଙ୍କ ନିଜ ବାସଭାବନରୁ ଡା. ସୌଭାଗ୍ୟ ପଣ୍ଡା, ଓ ଡା.ପ୍ରକାଶ ବେହେରା ସଂଗ୍ରହ କରିଥିଲେ। ମୃତ ଶରୀରକୁ ମହାରାଜା କୃଷ୍ଣ ଚନ୍ଦ୍ର ମହାବିଦ୍ୟାଳୟକୁ ଛାତ୍ର ଛାତ୍ରୀଙ୍କ ଅଧ୍ୟୟନ ପାଇଁ ଓ ଗବେଶଣା ପାଇଁ ଦାନ କରାଯାଇଥିଲା।ଏହା ଦଶମ ଶରୀର ଦାନ ଅଟେ । ଆନାଟୋମୀ ବିଭାଗର ଡ଼. ନିଲେଶ, ଡ. ବନ୍ଦନା, ଡ.ସୁମିତ୍ରା ପାତ୍ର ଗ୍ରହଣ କରିଥିଲେ। ଶରୀର ଦାନ ସମୟରେ ସିଏଚ. ଲାଷ୍ମୀନାରାୟଣ ପାତ୍ର,ଭି. ଶଙ୍କର ନାରାୟଣ ପାତ୍ର, ଭି. ଭେଙ୍କଟେଶ୍ୱର ପାତ୍ର, କେ ରମାଗୋପଲ ପାତ୍ର ଓ ଅନନ୍ୟା ବନ୍ଧୁ ପରିଜନ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ, କେ.ନନ୍ଦେଷୁ ସେନାପତି, ଜାମ୍ମୁଲା ସୁରେଶ, କିଶୋର ଚନ୍ଦ୍ର ମିଶ୍ର , ମାନବା ଅଧିକାର ସୁରକ୍ଷା ମଂଚର ଅଧ୍ୟକ୍ଷ ଅବନୀ ଗୟା, ମନୋଜ ତରାଇ, ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ର କେ. ପୁରୁଷୋତ୍ତମ ସୁବୁଦ୍ଧି, ଦେବ ଦତ୍ତ ମହାନ୍ତି, ଭି. ପ୍ରସନ୍ନ କୁମର ପାତ୍ର , ମାଁ କାଲୁଆଣୀ ଜନ କଲ୍ୟାଣ ସେବା ସଂଘର ରମେଶ ଚନ୍ଦ୍ର ବେହେରା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here