ଜଳସେଚନ ବିଭାଗର ପୂର୍ବତନ କର୍ମଚାରୀଙ୍କ ଦେହାନ୍ତ

0
242

ବୁଗୁଡା,୧୪/୦୧/୨୦୨୨: ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ ପଞ୍ଚାୟତର କହ୍ନେଇପୁର ଗ୍ରାମ ନିବାସୀ ତଥା ବୁଗୁଡା ବାଘୁଆ ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ କାଶୀନାଥ ଦାଶଙ୍କ ୬୩ ବର୍ଷ ବୟସରେ ଜାନୁଆରୀ ୧୪ ତାରିଖ ଭୋର ସମୟରେ ଦେହାନ୍ତ ହୋଇଯାଇଛି। ଜାନୁଆରୀ ୮ ତାରିଖ ଦିନ ଘରେ ପଡିଯିବା ଯୋଗୁଁ କାଶୀନାଥଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସଙ୍ଗେ ସଙ୍ଗେ ବୁଗୁଡା ମେଡ଼ିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଦ୍ୱାରା ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଭୋର ପ୍ରାୟ ଦୁଇଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସ୍ବର୍ଗତ କାଶୀନାଥ ଦାଶ ୧୯୯୫ ମସିହାରେ ବାଘୁଆ ଜଳସେଚନ ବିଭାଗର ନିଯୁକ୍ତି ପାଇ ୨୦୨୦ ରେ ଅବସର ଗ୍ରହଣ କରିଥିଲେ। ସେ ଜଣେ କର୍ତ୍ତବ୍ୟପରାୟଣ ଓ ଧର୍ମପରାୟଣ ବ୍ୟକ୍ତିଭାବେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ। ସ୍ବର୍ଗତ କାଶୀନାଥ ଦାଶଙ୍କ ମୃତ୍ୟୁରେ ବାଘୁଆ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ଓ କରଚୁଲି ସରପଞ୍ଚ ଧୋବା ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି। ସ୍ବର୍ଗତ ଶ୍ରୀ ଦାଶଙ୍କ ମୃତ୍ୟୁ ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here