ଭଗବତ ଟ୍ରଷ୍ଟ ପକ୍ଷରୁ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ ।

0
185

ପୋଲସରା, ୧୪/୦୧/୨୦୨୨: ପବିତ୍ର ମକର ସଂକ୍ରାନ୍ତି, ଓଡିଆ ନବବର୍ଷ ଅବସରରେ ପୋଲସରା ରାଣୀପଡା ସ୍ଥିତ ଆର୍ଯ୍ୟ ସମାଜ ବେଦ ମନ୍ଦିରରେ ଭଗବତ ଟ୍ରଷ୍ଟ ପକ୍ଷରୁ ଅସହାୟ ବୃଦ୍ଧ ବୃଦ୍ଧା ଓ ଶାରୀରିକ ଭିନ୍ନକ୍ଷମମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭଗବତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଏସ୍.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ବ୍ରହ୍ମପୁର ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ପତ୍ରିକା “ନବୀନ” ର ସମ୍ପାଦକ ରବି ରଥ , ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ , ପୂ୍ର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ଅବସରପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡା , ବରିଷ୍ଠ ନାଗରିକ ସଂଘ ସଭାପତି ବୃନ୍ଦାବନ ବେହେରା ଓ ପ୍ରଧ୍ୟାପକ ଜୟକୃଷ୍ଣ ଗୌଡ଼ ପ୍ରମୁଖ ଯୋଗଦେଇଥିଲେ। ଟ୍ରଷ୍ଟ ପକ୍ଷରୁ ଅତିଥି ବୃନ୍ଦଙ୍କ ଦ୍ୱାରା ୫୦ ରୁ ଉର୍ଦ୍ଧ୍ବ ଅସହାୟ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ଅସହାୟମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସହଯୋଗର କରାଯିବ ବୋଲି ଟ୍ରଷ୍ଟର ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here