ଜିଲ୍ଲା ପର୍ଶୁରାମ ବାହିନୀର ବାର୍ଷିକ ଉତ୍ସବ ସହ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

0
185

ବ୍ରହ୍ମପୁର , ୧୪/୦୧/୨୦୨୨: ଗଞ୍ଜାମ ଜିଲ୍ଲା ପର୍ଶୁରାମ୍ ବାହିନୀର ଏକ ସାଧାରଣ ବୈଠକ ସିଦ୍ଧାର୍ଥ ନଗର ପ୍ରଥମ ଲାଇନ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଅଛି l ଆସନ୍ତା ମଇ ମାସ ୧୬ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ପର୍ଶୁରାମ ବାହିନୀର ପ୍ରଥମ ବାର୍ଷିକ ଉତ୍ସବର ଚୂଡାନ୍ତ ରୂପରେଖ ସହ ପ୍ରସ୍ତୁତି ପରିଚାଳନା ନେଇ ବୈଠକରେ ଆଲୋଚନା କରାଯାଇଥିଲା l ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ପଞ୍ଚକୁଣ୍ଡିୟ ଗାୟତ୍ରୀ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହେବାକୁ ଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ସମାଜରେ କରୋନା ମହାମାରୀର ଉତ୍ପୀଡନତୁ ମୁକ୍ତିପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ସହାୟକ ହେବା ନେଇ ଜିଲ୍ଲା ପର୍ଶୁରାମ ବାହିନୀ ସଭାପତି ମାନବ ପଣ୍ଡିତ ମତପ୍ରକାଶ କରିଥିଲେ । କରୋନା ମହାମାରୀ ସଂକ୍ରମଣ କାରଣରୁ ବ୍ରାହ୍ମଣ ସାମାଜ ସମ୍ପ୍ରତି ପ୍ରଭୂତ କ୍ଷତିଗ୍ରସ୍ତ ହୋଇଛନ୍ତି l ଏହି ଘଡିସନ୍ଧି ମୁହୂର୍ତ୍ତରେ ବ୍ରାହ୍ମଣମାନଙ୍କୁ ସରକାର ଯଥା ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ପଦକ୍ଷେପ ନେବାପାଇଁ ଜିଲ୍ଲା ପର୍ଶୁରାମ୍ ବାହିନୀ ପକ୍ଷରୁ ଦାବି କରାଯାଇଥିଲା । ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମକୁ ସଭାପତି ମାନବ ପଣ୍ଡିତ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ପ୍ରଶାନ୍ତ କୁମାର ଦାଶ , ସମ୍ପାଦକ ଜଗନ୍ନାଥ ନନ୍ଦ , ଯୁଗ୍ମ ସମ୍ପାଦକ ବିଷ୍ନୁ ପ୍ରସାଦ ଦାଶ , କୋଷାଧ୍ୟକ୍ଷ ରାମ ନାରାୟଣ ପୁରୋହିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ହର ପ୍ରସାଦ ତ୍ରିପାଠୀ , ପ୍ରମିତ ମହାପାତ୍ର , ଶ୍ରୀରାମ ରଥ , ପ୍ରିୟବ୍ରତ ଦାଶ , ସନ୍ଦୀପ ଶତପଥୀ , ଶୁଭମ ତ୍ରିପାଠୀ , କୃଷ୍ଣଚନ୍ଦ୍ର ତ୍ରିପାଠୀ , ଦିଲୀପ ଆଚାର୍ଯ୍ୟ , ଶିବାନନ୍ଦ ଦାଶ , ବଦ୍ରୀନାଥ ଦାସ ପ୍ରମୁଖଙ୍କ ସମେତ ବାହିନୀର ବହୁ କାର୍ଯ୍ୟକାରୀ କମିଟି ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here