ଉସ୍ତାପଡ଼ା ପଂଚାୟତ ସରପଞ୍ଚ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ହରିହର

0
225

ବ୍ରହ୍ମପୁର , ୧୪/୦୧/୨୦୨୨:
ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ପଦବୀ ଆଶାୟୀଙ୍କୁ ନେଇ ଗ୍ରାମାଞ୍ଚଳରେ ଉତ୍କଣ୍ଠା ଦେଖାଯାଇଛି । ଜନ ସମର୍ଥନ , ନିର୍ମଳ ଭାବମୂର୍ତ୍ତି ଆଧାରରେ ଜିତିବା ସମ୍ଭାବନାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ଏଥିନେଇ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଥିବା ସହ ଅଗ୍ରାଧିକାର ମଧ୍ୟ ଦିଆଯାଉଛି ।
ଏହି କ୍ରମରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ଓ ସମିତି ସଭ୍ୟ , ଜିଲ୍ଲା ପରିଷଦ ପ୍ରାର୍ଥୀ ହେବାପାଇଁ ପ୍ରତି ପଞ୍ଚାୟତରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟିକେଟ୍ ପାଇବା ଲବିରେ ନେତାଙ୍କ ପାଖ ଛାଡୁନଥିବା ଦେଖିବାକୁ ମିଳୁଛି । ବ୍ଳକର ସାନ ଉସ୍ତାପଡା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ୩ ଜନ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ବିଶିଷ୍ଟ ଛାମୁଆଁ ସଂଗଠକ ହରିହର ପଣ୍ଡା ପ୍ରମୁଖ ଦାବିଦାର ଭାବେ ଥିବା ଜଣା ଯାଇଅଛି । ସ୍ଥାନୀୟ ଅଂଚଳର ପ୍ରମୁଖ ରାଜନୈତିକ ବିଶାରଦ ଭାବେ ଜଣାଶୁଣା ହରିହର ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ଭାବେ ଜଣାଶୁଣା। ସମ୍ପ୍ରତି ସେ ବିଜେଡି ସମର୍ଥନରେ ପ୍ରାର୍ଥୀ ହେବାପାଇଁ ଆଶା ରଖିଥିବା ସହ ତାଙ୍କ ସମର୍ଥକ ମଧ୍ୟ ତାଙ୍କପାଇଁ ଲବି ଆରମ୍ଭ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here