ଅନଲାଇନ ପାଠପଢା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମୋବାଇଲ ଡାଟା ଯୋଗାଇ ଦେବା ଦାବିରେ ଅଲ ଇଣ୍ଡିଆ ଡି. ଏସ୍‌. ଓ ର ବିକ୍ଷୋଭ

0
183

ବ୍ରହ୍ମପୁର,୧୫/୦୧/୨୦୨୨:
ଅନଲାଇନ ପାଠପଢା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମୋବାଇଲ ଡାଟା ଯୋଗାଇ ଦେବା ଦାବିରେ ଅଲ ଇଣ୍ଡିଆ ଡି. ଏସ୍‌. ଓ ର ଡାକରାରେ ସାରା ଓଡ଼ିଶା ଦାବି ଦିବସ ଅବସରରେ ଆଜି ଏକ ବିକ୍ଷୋଭ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଖଲ୍ଲିକୋଟ କଲେଜ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା।ଏହାସହ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନରଙ୍କ ଜରିଆରେ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।ଏଠାରେ ସୂଚନା ଯୋଗ୍ୟଯେ, ଆମ ରାଜ୍ୟରେ ପ୍ରଥମ ଏବଂ ଦ୍ବିତୀୟ ଲହର ପରେ କୋଭିଡର ତୃତୀୟ ଲହର ଭାବରେ ତାର ନୂତନ ରୂପ ଓମିକ୍ରନର ଆଶଙ୍କା ସୃଷ୍ଟି ହୋଇଛି ।ପୁଣିଥରେ ସ୍କୁଲ,କଲେଜ,ବିଶ୍ବବିଦ୍ୟାଳୟମାନଙ୍କରେ କ୍ଲାସରୁମ ଶିକ୍ଷା ବନ୍ଦ କରି ଅନଲାଇନ ମାଧ୍ୟମରେ ପାଠପଢ଼ା କାର୍ଯ୍ୟ ପରିଚାଳନା କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଫୋନ ହିଁ ଏକ ମାତ୍ର ଭରସା । ସରକାରଙ୍କ ରିପୋର୍ଟ ଅନୁସାରେ ଆମ ରାଜ୍ୟର ୨୯ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଛାଡିଦେଲେ ବାକି ୭୧ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ । ବହୁ ଅଞ୍ଚଳରେ ନେଟୱର୍କ ସମସ୍ୟା ରହୁଥିବା ଫଳରେ ଗ୍ରାମାଞ୍ଚଳର ବହୁ ଛାତ୍ରଛାତ୍ରୀ ଗଛ, ପାହାଡ଼ ଆଦି ବିପଦ ପୂର୍ଣ୍ଣ ସ୍ଥାନ କୁ ଯାଇ ପଢିବା ପାଇଁ ବାଧ୍ୟ ହେଉଥିବାର ନଜିର ରହିଛି । ଦୃତ ଓ ନିରବଛିନ୍ନ ଇଣ୍ଟରନେଟ ସେବା ଛାତ୍ରଛାତ୍ରୀଙ୍କୁ ମିଳି ପାରୁନଥିବା ଯୋଗୁଁ ଅନେକ ସମୟରେ ପାଠପଢ଼ାରେ ବ୍ୟାଘାତ ଘଟୁଛି । ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଜନସାଧାରଣଙ୍କ ଜୀବନ ଜୀବିକା ବିପନ୍ନ ହେବା ସହ ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଇତିମଧ୍ୟରେ ଟେଲିକମ ସଂସ୍ଥାମାନ ମଧ୍ୟ ଇଣ୍ଟରନେଟ ପାଇଁ ଡାଟାର ଦର ମଧ୍ୟ ବହୁ ପରିମାଣରେ ବୃଦ୍ଧି କରିଛନ୍ତି । ଏପରି ସ୍ଥଳେ ଗରିବ ଘରର ଛାତ୍ରଛାତ୍ରୀ ପପଢ଼ାରୁ ବଞ୍ଚିତ ହେଉଛନ୍ତି । ତେଣୁ ଅନଲାଇନ ପାଠପଢା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମୋବାଇଲ ଡାଟା ଯୋଗାଇ ଦେବା ଏବଂ ଦୃତ ଓ ନିରବଛିନ୍ନ ଇଣ୍ଟରନେଟ ସେବା ସୁନିଶ୍ଚିତ କରିବା ପାଇଁ ଦୃଢ ଦାବି କରାଯାଇଛି ।ଆଜି ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡି ଏସ ଓ ଓଡ଼ିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା, ଗଞ୍ଜାମ ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, କିସାନ ସାହୁ, କାମ ରାଜସାହୁ ଆଦି ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here