ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି, ସରକାରୀ କାର୍ଯ୍ୟାଳୟ ରୁ ହଟା ଯାଇନି ହୋର୍ଡିଂ

0
495

ବ୍ରହ୍ମପୁର,୧୯/୦୧/୨୦୨୨:ରାଜ୍ୟରେ ପଚାଂୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସାଙ୍ଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି।ଏହାସହ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ସରକାରୀ ଯୋଜନା ର ପ୍ରଚାର ସମ୍ପର୍କିତ ବ୍ୟନର, ହୋର୍ଡିଂ ସମେତ ମୂଖ୍ୟମନ୍ତ୍ରୀ ଙ୍କ ଫୋଟ ଲଗାଯିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି।ବିଶେଷ କରି ସରକାରୀ କାର୍ଯ୍ୟାଳୟ ଗୁଡିକ ରେ ସରକାରୀ ଯୋଜନା ପ୍ରଚାର ସମେତ ମୂଖ୍ୟମନ୍ତ୍ରୀ ଙ୍କ ଫୋଟ ଲଗାଇବା ଉପରେ କଟକଣା ମଧ୍ୟ ଜାରି କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ଯୋଜନା ର ପ୍ରଚାର ସମ୍ପର୍କିତ ହୋର୍ଡିଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଦେଖିବାକୁ ମିଳିଛି।ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯାଳୟ ରେ ଲାଗିଥିବା ରାଜ୍ୟ ସରକାରଙ୍କ ଯୋଜନା ଓ ମୂଖ୍ୟମନ୍ତ୍ରୀ ଙ୍କ ଫୋଟ ହୋର୍ଡିଂ କୁ ବାତ୍ୟା ସହାୟତା ପାଇଁ ଆସୁଥିବା କଳା ପଲିଥିନ ରେ ଢାଙ୍କି ଦିଆଯାଇଥିବା ବେଳେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକ ରେ ବର୍ତ୍ତମାନ ସୁଦ୍ଧା ହୋର୍ଡିଂ ଗୁଡିକ ହଟାଯାଇ ନଥିବା ଦେଖିବା କୁ ମିଳିଛି।ସେପରି ସହର ବିଭିନ୍ନ ସ୍ଥାନରେ ମଧ୍ୟ ସରକାରୀ ଯୋଜନାର ହୋର୍ଡିଂ ଲାଗିଥିବା ଦେଖିବା କୁ ମିଳୁଛି।ଦେଖା ଯାଉ କେବେ ହଟିବ ଏହି ହୋର୍ଡିଂ।

LEAVE A REPLY

Please enter your comment!
Please enter your name here