ଜନ୍ମଦିନ ପାଳନ ଅବସରରେ ବିଶାଳ ରକ୍ତଦାନ ଶିବିରର ଆୟୋଜନ କଲେ ସମାଜସେବୀ ମୁରଲୀ ମୋହନ ।

0
267

ବ୍ରହ୍ମପୁର, ୨୧/୦୧/୨୦୨୨ : ସହରର ବିଶିଷ୍ଟ ସମାଜ ସେବୀ , ପୂର୍ବତନ କର୍ପୋରେଟର ତଥା ଜିଲ୍ଲା ବିଜେଡି ଉପ ସଭାପତି ମୁରଲୀ ମୋହନ ରେଡ୍ଡୀଙ୍କ ଆଜି ପବିତ୍ର ଜନ୍ମଦିନ ଅବସରରେ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ ହୋଇଅଛି । ଦଶବର୍ଷ ଧରି ନିୟମିତ ଭାବେ ଆୟୋଜିତ ହେଉଥିବା ଏହି ଜନମଙ୍ଗଲ କାର୍ଯ୍ୟକ୍ରମକୁ ମୁରଲୀ ମୋହନ ନିଜ ପ୍ରୟାସରେ ଜାରି ରଖିଥିବା ବେଳେ ଚଳିତ ଥର ତୁଳସୀ ନଗର ମୁଖ୍ୟରାସ୍ତା ସ୍ତିତ ଭୈରବୀ କଲ୍ୟାଣ ମଣ୍ଡପରେ ଏହି ରକ୍ତଦାନ ଶିବିରର ଆୟୋଜିତ ହୋଇଅଛି । ଜନ୍ମଦିବସ ପାଳନ ଅବସରରେ ଲକ୍ଷ୍ୟ ଧାର୍ଯ୍ୟ ୪୦୦ ରୁ ୫୦୦ ୟୁନିଟ ରକ୍ତ ସଂଗୃହୀତ ହେଉଥିଲା ବେଳେ ଚଳିତ ବର୍ଷ କରୋନା କଟକଣା କାରଣରୁ ବିଶେଷ ଜନ ସମାଗମକୁ ଧ୍ୟାନରେ ରଖି ଆୟୋଜିତ କରାଯାଇଅଛି । ଆୟୋଜିତ ଏହି ରକ୍ତଦାନ ଶିବିରରେ ଵ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ସାଂସଦ ଚନ୍ଦ୍ର ଶେଖର ସାହୁ , ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡା , ରମେଶ ଚ୍ୟାଉ ପଟ୍ଟନାୟକ , ଜୀବନ ବିନ୍ଦୁ ସଂଯୋଜକ ସୁବାସ ଚନ୍ଦ୍ର ମହାରଣା , ପ୍ରମୁଖ ଉପସ୍ଥିତ ରହି ନିୟମିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ବଡ ଡାକ୍ତରଖାନା ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ଉପସ୍ଥିତ ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରକ କରିଥିବା ବେଳେ ରକ୍ତଦାତାଙ୍କୁ ବିଭାଗୀୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କର୍ଯ୍ୟକ୍ରମକୁ ବିଇଏମ୍ ସି ୫ ନମ୍ବର ୱାର୍ଡର ବଣିକ ସଂଘ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here