ମୌଳାଭଣଜା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କୋଭିଡ ଯୋଦ୍ଧା ରୋଜାଲୀନ

0
412

ବ୍ରହ୍ମପୁର,୨୧/୦୧/୨୦୨୨ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅଧୀନ ମୌଳାଭଣଜା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆଜି ଶେଷ ଦିବସରେ ଜନୈକ କୋଭିଡ଼ ଯୋଦ୍ଧା ନାମାଙ୍କନ ଦାଖଲ କରିଛନ୍ତି । କୋଭିଡ – ୧୯ ଯୋଦ୍ଧା ଭାବେ ( ୱାରିୟର )ସମ୍ମାନିତ ରୋଜାଲିନ ବେହେରା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ମୌଲାଭଣଜା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଦାଖଲ କରିଛନ୍ତି । ଶେଷ ଦିନରେ ପଞ୍ଚାୟତର ୧ରୁ ୧୮ ନମ୍ବର ୱାର୍ଡର ପ୍ରସ୍ତାବକ ଓ ସମର୍ଥକ ମହିଳାଙ୍କ ସମାବେଶରେ ହୁଳ ହୁଳି ରବରେ ରୋଜଲିନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପଞ୍ଚାୟତ ଅଫିସକୁ ପାଛୋଟି ନେଇଥିଲେ । ବହୁଦିନର ବ୍ୟବଧାନ ପରେ ମୌଲାଭଞ୍ଜା ପଂଚାୟତ ସରପଞ୍ଚ ପଦବୀ ଅନୁସୂଚିତ ଜାତି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଗାଁର ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ସରପଞ୍ଚ ପ୍ରାର୍ଥୀନୀ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଥିବାରୁ ପଂଚାୟତ ମହିଳାଙ୍କ ମଧ୍ୟରେ ଉପଯୁକ୍ତ ପ୍ରାର୍ଥୀନୀଙ୍କୁ ନେଇ ଆଗ୍ରହ ଓ ଉନ୍ମାଦନା ଭରିଥିବା ଲକ୍ଷ କରାଯାଇଥିଲା । ରୋଜାଲିନଙ୍କ ମା ଗ୍ରାମରେ ଅଶାଦିଦି ଭାବେ ଦୀର୍ଘବର୍ଷ ହେଲା ସେବା ଦେଇ ଆସୁଛନ୍ତି । ତାଙ୍କ ବିଏସସି ନର୍ସିଂ ପଢୁଆ ଝିଅ ରୋଜଳିନ ମଧ୍ୟ କୋଭିଡ – ୧୯ ର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ସ୍ୱାସ୍ଥ୍ୟ ବିଭାଗରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ସମ୍ପ୍ରତ୍ତି ସେ ଚାକିରୀ ଛାଡିଥିବା ବେଳେ ସମାଜସେବା ପ୍ରତି ଆକର୍ଷିତ ହୋଇ ଗାଁର ମହିଳା ମାନଙ୍କ ସହଯୋଗରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here