ବ୍ରହ୍ମପୁର ଉପଖଣ୍ଡ ଅଧିନ ୨୦ ଜିଲ୍ଲା ପରିଷଦ ଆସନ ପାଇଁ ୮୨ ଜଣଙ୍କ ନାମାଙ୍କନ

0
461

ବ୍ରହ୍ମପୁର,୨୧/୦୧/୨୦୨୨ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନରେ ଅନେକ ଆଶାୟୀ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ଦାଖଲ କରିଛନ୍ତି । ବ୍ରହ୍ମପୁର ଉପ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଜିଲ୍ଲାପରିଷଦ ସଭ୍ୟ ଭାବେ ଆଜି ନାମାଙ୍କନ ଦାଖଲ କରିବା ପାଇଁ ପ୍ରମୁଖ ତିନି ରାଜନୈତିକ ଦଳର ପ୍ରାର୍ଥୀଙ୍କ ଭିଡ ଲାଗିରହିଥିଲା । ବ୍ରହ୍ମପୁର ଉପଖଣ୍ଡ ଅଧିନ ସମସ୍ତ ବ୍ଲକରେ ମୋଟ ୨୦ଟି ଜିଲ୍ଲା ପରିଷଦ ଆସନ ରହିଥିବା ବେଳେ ଏଥି ନିମନ୍ତେ ଆଜିସୁଦ୍ଧା ମୋଟ ୮୨ ଜଣ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲର ପ୍ରଥମ ଓ ଦ୍ୱିତୀୟ ଦିନରେ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବା ବେଳେ ତୃତୀୟ ଦିନରେ ୧୧ ଜଣ ପାର୍ଥୀ ବିଭିନ୍ନ ଜୋନ ପାଇଁ ନାମାଙ୍କନ ଭରିଥିଲେ । ଚତୁର୍ଥ ଦିନରେ ୨୯ ଜଣ ପ୍ରାର୍ଥୀ ବିଭିନ୍ନ ଜୋନପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ନାମାଙ୍କନର ଶେଷ ଦିନରେ ଏହି ସବ ଡିଭିଜନ ଅନ୍ତର୍ଗତ ୨୦ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ୪୨ଜଣ ଆଶାୟୀ ନିଜ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ଶେଷ ଦିନ ସୁଦ୍ଧା ମୋଟ ୮୨ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଆସନ୍ତା ୨୫ ତାରିଖଲେ ଚୁଡାନ୍ତ ପାର୍ଥୀ ତାଲିକା ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here