ଶାନ୍ତିଦେବୀ, ଜ୍ୟୋତ୍ସ୍ନାମୟୀ ଓ ମାନସ ଙ୍କ ପ୍ରାର୍ଥୀପତ୍ର ଦାଖଲ

0
432

ବୁଗୁଡା, ୨୧/୦୧/୨୨ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ମାଣିତରା, ଖୋଳଖାଳି ଓ ଗୋଲିଆ ପଞ୍ଚାୟତର ବିଜେଡି ସମର୍ଥୀତ ସମିତି ମେମ୍ବର ପାଇଁ ଜାନୁଆରୀ ୨୧ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ସେହି ତିନିଜଣ ହେଲେ ମାଣିତରା ସମିତି ସଭ୍ୟା ପଦବୀ ପାଇଁ ଶାନ୍ତିଲତା ନାୟକ, ଖୋଳଖାଳି ସମିତି ସଭ୍ୟା ପଦବୀ ପାଇଁ ଜ୍ୟୋତ୍ସ୍ନାମୟୀ ଗୌଡ଼ ଓ ଗୋଲିଆ ସମିତି ସଭ୍ୟ ପଦବୀ ପାଇଁ ମାନସ ରଞ୍ଜନ ପ୍ରଧାନ। ମାଣିତରା ସରପଞ୍ଚଙ୍କ ପ୍ରତିନିଧି ତଥା ପୁତ୍ର ବବୁଲ ନାୟକ, ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ଓ ଗୋଲିଆ ସରପଞ୍ଚଙ୍କ ପ୍ରତିନିଧି ତଥା ପୁତ୍ର ମାନସ ରଞ୍ଜନ ପ୍ରଧାନ, ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଳିକ ଙ୍କ ଦୃଢ଼ ସମର୍ଥକ ଥିବାବେଳେ ଏହି ତିନି ଯୁବନେତା ବର୍ତ୍ତମାନ ବିଜେଡି ଶିବିରରେ। ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦକ୍ଷତା ପ୍ରତି ସମ୍ମାନ ଜଣାଇ ଏହି ତିନି ଯୁବନେତା ମିଟୁ ବାବୁଙ୍କ ସହ ସମ୍ପର୍କ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। କିଛିଦିନ ପୂର୍ବେ ମାଣିତରା ପଞ୍ଚାୟତ ରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଧ୍ୟଭାଗରେ ସରପଞ୍ଚ ତଥା ବବୁଲ ନାୟକଙ୍କ ମାଆ ଶାନ୍ତିଲତା ନାୟକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ବବୁଲ ବାବୁ ନିଜ ଆସନ ଛାଡି ମାଆଙ୍କୁ ବସିବାକୁ ଦେଇ ମାଆଙ୍କ ପାଖରେ ସେ ଛିଡ଼ାହୋଇ ଥିଲେ। ଏହି ସମୟର ଏକ ଫୋଟୋକୁ ବିଜେପି ସଭାପତି ମିଟୁ ବାବୁ ଭାଇରାଲ କରି ବବୁଲ ନାୟକଙ୍କ ବିଜେଡ଼ିରେ ମିଶି ଏହିପରି ଅପମାନିତ ହୋଇଥିବା ଦର୍ଶାଇଥିଲେ। ବବୁଲ ନାୟକ ତିନି ସନ୍ତାନର ଜନକ ହୋଇଥିବା ଯୋଗୁଁ ସେ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ। ତେଣୁ ବବୁଲ ବାବୁଙ୍କୁ ସମ୍ମାନ ଜଣାଇ ବିଧାୟକ ଶ୍ରୀ ସାହୁ ତାଙ୍କ ମାଆ ସରପଞ୍ଚ ଶାନ୍ତିଲତା ନାୟକଙ୍କୁ ସମିତି ସଭ୍ୟା ପଦବୀରେ ବିଜେଡି ସମର୍ଥୀତ ପ୍ରାର୍ଥୀନୀ ଭାବେ ସୁଯୋଗ ଦେଇ ପ୍ରମାଣ କରିଛନ୍ତି ଯେ ବବୁଲ ନାୟକ ବିଜେଡିର ସମ୍ମାନୀୟ ସ୍ଥାନରେ ରହିଛନ୍ତି। ସେହିପରି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ଙ୍କ ପତ୍ନୀ ଜ୍ୟୋତ୍ସ୍ନାମୟୀ ଗୌଡ଼ଙ୍କୁ ଖୋଳଖାଳି ସମିତି ସଭ୍ୟା ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବା ପାଇଁ ସୁଯୋଗ ଦେବା ସହ ଗୋଲିଆ ର ସମିତି ସଭ୍ୟ ପଦବୀ ପାଇଁ ମାନସ ରଞ୍ଜନ ପ୍ରଧାନଙ୍କୁ ପ୍ରତିଦ୍ବନ୍ଦିତା ପାଇଁ ବିଧାୟକ ସୁଯୋଗ ଦେଇଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here