ବେଗୁନିଆପଡା ବ୍ଲକ ରେ ସରପଞ୍ଚ ପ୍ରାର୍ଥୀ ପଦବୀ ପାଇଁ ୧୦୭ ଜଣ, ସମିତିସଭ୍ଯ ପାଇଁ ୮୨ ଜଣ, ୱାର୍ଡ଼ ମେମ୍ବର ପାଇଁ ୫୨୩ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

0
165

ବ୍ରହ୍ମପୁର,୨୧/୦୧/୨୦୨୨ ( ଟୁକୁନା ପ୍ରଧାନ)-: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ରେ ରାଜନୈତିକ ପାଣିପାଗ ତତ୍ପରତା ପ୍ରକାଶ ପାଇଛି। ଏଥିସହିତ ନାମାଙ୍କନ ପତ୍ର ଦାଖଲ ପାଇଁ ୧୭ ତାରିଖ ଠାରୁ ୨୧ ତାରିଖ ଥିବା ବେଳେ ଆଜି ଶେଷ ଦିନ । ୧୭ ତାରିଖ ଦିନ ୱାର୍ଡ ମେମ୍ବର ପାଇଁ ୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପଦବୀ ଶୂନ ଜଣ ଏବଂ ସମିତିସଭ୍ଯ ମଧ୍ଯ ଶୂନ ଜଣ । ୧୮ ତାରିଖ ଦିନ ୱାର୍ଡ଼ ମେମ୍ବର ପାଇଁ ୨୧ ଜଣ, ସରପଞ୍ଚ ପାଇଁ ଜଣେ ଏବଂ ସମିତିସଭ୍ଯ ପାଇଁ ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୧୯ ତାରିଖ ଦିନ ୱାର୍ଡ ମେମ୍ବର ପାଇଁ ୮୨ ଜଣ, ସରପଞ୍ଚ ପାଇଁ ୧୯ ଜଣ ଏବଂ ସମିତିସଭ୍ଯ ପାଇଁ ୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୨୦ ତାରିଖ ଦିନ ୱାର୍ଡ ମେମ୍ବର ପାଇଁ ୧୪୪ ଜଣ, ସରପଞ୍ଚ ପାଇଁ ୨୬ ଜଣ ସମିତିସଭ୍ଯ ପାଇଁ ୨୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏଥିସହିତ ଆଜି ଶେଷଦିନ ଅର୍ଥାତ୍ ୨୧ ତାରିଖରେ ୱାର୍ଡ ମେମ୍ବର ପାଇଁ ୨୬୯ ଜଣ, ସରପଞ୍ଚ ପାଇଁ ୬୧ ଜଣ ,ସମିତିସଭ୍ଯ ପାଇଁ ୫୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମୁଦାୟ ୱାର୍ଡ଼ ମେମ୍ବର ପାଇଁ ୫୨୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୧୦୭ ଜଣ, ସମିତିସଭ୍ଯ ପାଇଁ ୮୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୂଚନା ମୁତାବକ ବେଗୁନିଆପଡା ବ୍ଲକ ୨୩ ଗୋଟି ପଞ୍ଚାୟତ କୁ ନେଇ ଗଠିତ ।

LEAVE A REPLY

Please enter your comment!
Please enter your name here