ଶିକ୍ଷା ଅଧିକାର ଆଇନ ଶତପ୍ରତିଶତ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବି

0
368

ବ୍ରହ୍ମପୁର,୨୨/୦୧/୨୦୨୨: ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଆଜି ସ୍ଥାନୀୟ ହିଲପାଟଣା ମୋଡେ଼ଲ୍ କଲେଜ ନିକଟସ୍ଥ ରଜନୀକାନ୍ତ ବକ୍ସିଙ୍କ ବାସଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଗଞ୍ଜାମ ଜିଲ୍ଲା ଆବାହକ ମଧୁସୂଦନ ସାହୁ, ରାଜ୍ୟ ସହ ଅଧ୍ୟକ୍ଷ ଶଙ୍କର ସାମନ୍ତରାୟ, ଉପାଧକ୍ଷ ରାଜେନ୍ଦ୍ର ପ୍ରସାଦ, ଭୁବନେଶ୍ୱର ଆବାହକ ପ୍ରଦୀପ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଯେ ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ଓଡିଶା ଅଭିଭାବକ ମହାସଂଘ ସର୍ବଦା କାର୍ଯ୍ୟରତ। ଶିକ୍ଷା ବିନା ପ୍ରଗତି ଅସମ୍ଭବ । ଗୁଣାତ୍ମକ ଶିକ୍ଷା ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ । ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ପଞ୍ଚାୟତ ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ତଥା ଲଢୁଥିବା ସମସ୍ତ ପ୍ରାର୍ଥୀ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବାକୁ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ନିବେଦନ କରିଛନ୍ତି। ଏଥିପାଇଁ ମହାସଂଘ ବିଭିନ୍ନ ରଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଁ ନିବେଦନ କରିଛନ୍ତି। ୧୯୯୨ ମସିହା ରେ ୭୩ତମ ସମ୍ବିଧାନ ସଂଶୋଧନ ୧୧ ଧାରା ଅନୁଯାୟୀ ୨୯ ଟି ବିଭାଗ ପଂଚାୟତକୁ ହସ୍ତାନ୍ତର କରାଯାଇଛି।ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ମାନେ ସେମାନଙ୍କ ଦାୟିତ୍ୱ ନେବାପାଇଁ ଚାହୁଁଥିଲେ ମଧ୍ୟ ସରକାରୀ ଅବହେଳା ପାଇଁ ଏହା ଲାଗୁ ହୋଇପାରିନାହିଁ। ଓଡ଼ିଶାରେ ପ୍ରାୟ ୮୭୫୦ ସ୍କୁଲ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ହୋଇଛି। ତାହା ସହିତ ୨୫% ବେସରକାରୀ ସ୍କୁଲ ରେ ମାଗଣା ନାମଲେଖା, ଅଧାରୁ ପାଠ ପଢ଼ା ଛାଡୁଥିବା ପିଲାମାନଙ୍କୁ ପୁଣି ପାଠ ପଢ଼େଇବା, ଅଭିଭାବକ ଏବଂ ପିଲା ମାନଙ୍କ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ବର୍ଷକୁ ଦୁଇଥର କରିବା ସହ ଓ ବହି ଓଜନ କମେଇବାପାଇଁ ଏନ ସି ଇ ଆର ଟି ବହି ପ୍ରଚଳନ କରିବା ଆଦି ୫ ଗୋଟି ବିଷୟରେ ଶପଥନାମା ଦେବାପାଇଁ ସବୁ ଦଳର ନେତାଙ୍କୁ ଆହ୍ଵାନ୍ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ସ୍ତରର ମହାସଂଘର ପ୍ରତିନିଧିଙ୍କ ସମେତ ରାଜ୍ୟ ସହ ଅଧ୍ୟକ୍ଷ ଶଙ୍କର ସମନ୍ତରାୟ ,ଉପାଧକ୍ଷ ରାଜେନ୍ଦ୍ର ପ୍ରସାଦ, ଭୁବନେଶ୍ୱର ଆବାହକ ପ୍ରଦୀପ୍ତ ମିଶ୍ର, ସଚ୍ଚିଦାନନ୍ଦ ପାଢ଼ୀ, ସଂଗ୍ରାମ ସିଂ,ଦେବୀପ୍ରସାଦ ପାଢ଼ୀ, ଦୀପକ ମିଶ୍ର ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here