ହିଞ୍ଜିଳିକାଟୁରେ ଲୋକ ଅଧିକାର ସୁରକ୍ଷା ମଞ୍ଚ ଗଠିତ ।

0
202

ବ୍ରହ୍ମପୁର,୨୩/୦୧/୨୦୨୨: ହିଞ୍ଜିଳିକାଟୁ ତଥା ଗଞ୍ଜାମରେ ଦୀର୍ଘ ଦିନଧରି ଭାରତୀୟ ଜନତା ପାର୍ଟିରେ କାମ କରି ବେଶ ସୁନାମ ଅର୍ଜ୍ଜନ କରିବା ସହିତ ଅବହେଳିତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରିରଖି ସାଧାରଣରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିବା ଆକାଶ ପଟ୍ଟନାୟକ ଗତ ବର୍ଷ ବିଜେପିରୁ ଇସ୍ତଫା ଦେଇଥିଲେ । ପୌର ନିର୍ବାଚନ ଆଗକୁ ଥିବା ବେଳେ ବିଜେପିରୁ ଇସ୍ତଫା ଦେଇ ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେବା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଆଜି ସେ “ଲୋକ ଅଧିକାର ସୁରକ୍ଷା ମଞ୍ଚ” ନାମରେ ଏକ ଅନୁଷ୍ଠାନ ଗଠନ କରିଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସେ ଏହି ଅନୁଷ୍ଠାନ ଗଠନର ଘୋଷଣା କରିବା ସହ ଏହାର ଲୋକାର୍ପଣ ମଧ୍ୟ କରିଛନ୍ତି । ଦଳିତ , ଅବହେଳିତ , ପୀଡିତ ଓ ନିଷ୍ପେଷିତଙ୍କ ଅଧିକାର ହାସଲ ପାଇଁ ସ୍ୱର ଉତ୍ତୋଳନ କରିବା ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ସେ ନିଜ ସଂଗଠନର ଲୋକାର୍ପଣ ଅବସରରେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here