ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ।

0
492

ପାତ୍ରପୁର,୨୩/୦୧/୨୨:ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ଜୟନ୍ତୀପୁର ପଞ୍ଚାୟତ ସ୍ଥିତ ନୂଆ ବସ୍ ଷ୍ଟାଣ୍ଡ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନିଃସ୍ୱାର୍ଥ ସେବା ସଂଗଠନ ନେତାଜୀ ସୁବାଷ ଯୁବକ ସଂଘ ସଦସ୍ୟ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାନ୍ ସଂଗ୍ରାମୀ ମହାପୁରୁଷ ନେତାଜୀଙ୍କ ଜୀବନୀ ଆଲୋଚନା କରିବା ସହିତ ମୁର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ନେତାଜୀ ସୁବାଷ ଯୁବକ ସଂଘ ସଭାପତି ଅଜିତ କୁମାର ସାହୁ, ସଂପାଦକ ପ୍ରଫୁଲ୍ଲ ପାଢ଼ୀ(ଶିକ୍ଷକ), ଜନାର୍ଦ୍ଦନ ସାହୁ(ଶିକ୍ଷକ) ଆଇ. ବାଲି ରେଡ୍ଡୀ (ଆଇନଜୀବୀ) ଗଣେଶ କୁମାର ସାହୁ, ସୂର୍ଯ୍ୟ ପାଢ଼ୀ, ସୁରେଶ କୁମାର ସାହୁ ଓ ତ୍ରିନାଥ ସାହୁ (ଶିକ୍ଷକ) ପ୍ରମୁଖ ଏହି କଥାଚିତ୍ରରେ ଯୋଗ ଦେଇଥିଲେ। ସଭାପତି ଅଜିତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here