ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ

0
383

ବ୍ରହ୍ମପୁର,୨୪/୦୧/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଥାନା ବୁରୁଝରୀ ଠାରେ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ l ଚାଷୀ ଙ୍କ ଠାରୁ ସରକାର ଠିକ୍ ସମୟରେ ଉଚିତ ପରିମାଣର ଧାନ ଉଠାଉନଥିବା ରୁ ଚାଷୀ ଆଜି ଏହି ଭଳି ପ୍ରତିବାଦ କରିଛନ୍ତି l ଏହି ସମସ୍ୟା ନେଇ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଶତାଧିକ ଚାଷୀ ନିଜ ଉତ୍ପାଦିତ ଧାନକୁ ରାଜରାସ୍ତାରେ ରଖି ପ୍ରତିବାଦ କରିଛନ୍ତି l ଫଳରେ ବ୍ରହ୍ମପୁର – ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ସକାଳ ୪ ଟାରୁ ଚାଷୀ ରାଜରାସ୍ତାରେ ବସିଥିବା ବେଳେ କୌଣସି ପ୍ରଶାସନ ଅଧିକାରୀ ମାନେ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି l

LEAVE A REPLY

Please enter your comment!
Please enter your name here