ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନମିଳିଲେ ଆନ୍ଦୋଳନ ତୀବ୍ର ହେବ : ସୁରଥ ବିଶ୍ବାଳ ଓଡିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଓବିସିମାନଙ୍କୁ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ‘କେନ୍ଦ୍ର ସରକାର’ ନା ‘ନ୍ୟାୟାଳୟ’ କିଏ ମନା କରିଛନ୍ତି ? ଡାକ୍ତରୀ ଶିକ୍ଷା ପାଇଁ ଓଡିଶା ସରକାର ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ କିଛି ନ ଜାଣିଲା ଭଳି ନୀରବ ରହି ଓବିସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି – ଜାତିଭିତିକ ଜନଗଣନା ସମ୍ପର୍କରେ ବିଜେଡିର ମିଛ ପ୍ରଚାର ଧରା ପଡିଲା। ଷଡଯନ୍ତ୍ର ରଚି ଶାସକ ବିଜେଡି ଚଳିତ ପଂଚାୟତ ନିର୍ବାଚନରେ ୫୪ ପ୍ରତିଶତ ଓବିସିବର୍ଗଙ୍କୁ ଆଗାମୀ ୫ବର୍ଷ ପାଇଁ ବଂଚିତ କରିଛନ୍ତି

0
660

ଭୁବନେଶ୍ୱର,୨୪/୦୧/୨୦୨୨: ସବୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଓଡିଶାରେ ତାହା ଦିଆଯାଉନାହିଁ । ଡାକ୍ତରୀ ଶିକ୍ଷାରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ କେନ୍ଦ୍ର ସରକାର ନିଷ୍ପତି ନେବା ପରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଏହି ନିଷ୍ପତିକୁ ମୋହର ମାରିଲେ । ବର୍ତ୍ତମାନ ଡାକ୍ତରୀ ଶିକ୍ଷା ପାଇଁ କାଉନସିଲିଂ ଚାଲୁଥିବା ବେଳେ ଓଡିଶା ସରକାର ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ କିଛି ନ ଜାଣିଲା ଭଳି ନୀରବ ରହି ଓଳିସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଓଡିଶାରେ ଡାଲୁରୀ ଶିକ୍ଷା କ୍ଷେତ୍ରରେ ଓବିସିମାନଙ୍କୁ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ‘କେନ୍ଦ୍ର ସରକାର’ ନା ‘ ନ୍ୟାୟାଳୟ’ କିଏ ମନା କରିଛନ୍ତି ? ଶାସକ ଦଳ ଭାବେ ବିଜେଡି ଏହାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ବାଳ ଦାବୀ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମାନନୀରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ, ବର୍ତମାନ ମେଡିକାଲ ଶିକ୍ଷା ପାଠ୍ୟକ୍ରମ ପାଇଁ ସର୍ବଭାରତୀୟ ସ୍ତରରେ କାଉନସେଲିଂ ଆରମ୍ଭ ହୋଇସାରିଛି ଏବଂ ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି ଡାକ୍ତରୀ ଶିକ୍ଷାରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ଉଭୟ କେନ୍ଦ୍ର ସରକାର ଏବଂ ଉଚ୍ଚତମ ନ୍ୟାୟାଳୟ ମୋହର ମାରିବା ପରେ ଓଡିଶା ସରକାର ଓଡିଆ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରେ ଉପକୃତ ହେବାରୁ ବଂଚିତ ରଖୁଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ମେଡିକାଲ ଶିକ୍ଷାରେ ଓବିସି ବର୍ଗଙ୍କୁ ରାଜ୍ୟ ସରକାର ସଂରକ୍ଷଣ ଦେବେ ନାହିଁ ଏବଂ ପରବର୍ତୀ ସମୟରେ ନିଜ ଦୋଷ ଲୁଚାଇବା ପାଇଁ ବିଭିନ୍ନ ପ୍ରକାରର ବାହାନାବାଜି କରିବେ।ସଂପ୍ରତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ, କେନ୍ଦ୍ରୀୟ ଜନଗଣନା ସହିତ ଓବିସି ସଂରକ୍ଷଣର କୌଣସି ସମ୍ପର୍କ ନାହିଁ । ଓବିସିମାନଙ୍କ ପାଇଁ ଯେଉଁ ସଂରକ୍ଷଣ ହେବ ତାହା ରାଜ୍ୟ ସରକାରଙ୍କର ନିଜସ୍ବ ବ୍ୟାପାର । ରାଜ୍ୟ ସରକାରଙ୍କ ନିଜସ୍ବ ସର୍ଭେ ଆଧାରରେ ଆନୁପାତିକ ଭିତିରେ ସଂରକ୍ଷଣ ପ୍ରତିଶତ ନିର୍ଦ୍ଧାରଣ କରିବେ । କିନ୍ତୁ ରାଜ୍ୟ ସରକାର ସେପରି ନକରି ଅଭ୍ୟାସଗତ ଭାବରେ କେନ୍ଦ୍ର ଓ କୋର୍ଟକୁ ଦୋଷ ଦେଇ ଖସିଯିବାର ଚତ୍କାର କରିଛନ୍ତି । ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ବିଜେଡିର ମିଛ ପ୍ରଚାର ଧରା ପଡ଼ିଲା ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି । ଟ୍ରିପଲ୍ ଟେଷ୍ଟ ଆଧାରରେ ପଂଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ହୋଇ ନପାରିବା କାରଣରୁ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସରକାର ନିର୍ବାଚନକୁ ସୁଗିତ ରଖୁଛନ୍ତି ଅନ୍ୟ ପଟେ ଓଡିଶା ସରକାରଙ୍କ ଓବିସି ବିରୋଧୀ ମାନସିକତା କାରଣରୁ ଯୋଜନାବଦ୍ଧ ଭାବେ ସଂଖ୍ୟାଧିକ ବର୍ଗଙ୍କ ସ୍ବାର୍ଥକୁ ଉପେକ୍ଷା କରି ତାଙ୍କୁ ନ୍ୟାୟ ପାଇବାରୁ ବଂଚିତ କରିଛନ୍ତି । ଷଡଯନ୍ତ୍ର ରଚି ଶାସକ ବିଜେଡି ଚଳିତ ପଂଚାୟତ
ନିର୍ବାଚନରେ ୫୪ ପ୍ରତିଶତ ଓବିସି ବର୍ଗଙ୍କୁ ଆଗାମୀ ୫ବର୍ଷ ପାଇଁ ବଂଚିତ କରିଛନ୍ତି।ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ଅବସ୍ଥାରେ ଅଛି କିନ୍ତୁ ରାଜ୍ୟସରକାର ସଂରକ୍ଷଣ ପ୍ରସଙ୍ଗରେ କୌଣସି ଆନ୍ତରିକତା ପ୍ରଦର୍ଶନ କରିନାହାନ୍ତି। ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ଵାଳ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀମତି ସୋନାଳୀ ସାହୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here