ହିଞ୍ଜିଳି ଉପଖଣ୍ଡ ମେଡିକାଲରେ ଜାତୀୟ କନ୍ୟାଶିଶୁ ଦିବସ ପାଳିତ

0
409

ହିଞ୍ଜିଳି, ୨୪/୦୧/୨୦୨୨:
ହିଞ୍ଜିଳି ଉପଖଣ୍ଡ ମେଡିକାଲରେ ଜାତୀୟ କନ୍ୟାଶିଶୁ ଦିବସ ପାଳିତ ହୋଇଯାଇଛି।ସାମ୍ପ୍ରତିକ ପରିସ୍ଥିତି ରେ ପୁଅ ତୁଳନାରେ ଝିଅ ମାନଙ୍କ ହାର କମ ରହୁଥିବାରୁ ଏହି ଦିବସ ସାରା ଦେଶରେ ପାଳନ କରାଯାଉଛି। ସେହି ଭଳି ଏସ. ଡି. ହେଚ ଠାରେ ଆୟୋଜିତ ଏହି ଜାତୀୟ କନ୍ୟା ଶିଶୁ ଦିବସ ରେ ମେଡିକାଲ ର ଭାରପ୍ରାପ୍ତ ଅଧିକ୍ଷକ ଡା.ପ୍ରତିଭା ପାତ୍ର, ଡା. ଦୁର୍ଗାପ୍ରସାଦ ପଣ୍ଡା, ଏକାଉଣ୍ଟଟ ସତ୍ୟନାରାୟଣ ପଟନାୟକ, ଜିଲ୍ଲା ତାଲିମ ଦାତା ହରିହର ପାଢ଼ୀ, ସୁଶାନ୍ତ ସାସମଲ, ପ୍ରମୁଖ ଉପସ୍ଥିତ ରହିଥିଲେ. ଗୋଷ୍ଟୀ ରେ କାର୍ଯ୍ୟରତ ଆଶା କର୍ମୀ, ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ, ମେଡିକାଲରେ ସେବିକା, ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନେ କନ୍ୟା ସନ୍ତାନ ଜନ୍ମ ସମୟରେ ଯେଭଳି ସେମାନଙ୍କୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ ଦେବା ଉପରେ ମତ ରଖି ଥିଲେ। ସେହିଭଳି ନିଜ ନିଜ ଘରେ କନ୍ୟା ସନ୍ତାନ ମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ଖେଳ, ନାଚ, ଗୀତ ରେ ପୁଅ ତୁଳନାରେ ରେ ଝିଅ ମାନଙ୍କୁ ସମାନ ସୁଯୋଗ ଦେବା ଉପରେ ଶପଥ କରିଥିଲେ। କନ୍ୟା ସନ୍ତାନ ପ୍ରତି ନିର୍ଯ୍ୟାତନା, ହିଂସା, ଏବଂ ପାତର ଅନ୍ତର ଦେଖା ଦେଲେ କନ୍ୟା ଶିଶୁ ର ଅଧିକାର ଅକ୍ଷୁର୍ଣ୍ଣ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।ଏହି ଅବସରେ ଆଶା ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଶେଷରେ କୃତି
ପ୍ରତିଯୋଗୀ କୁ ପୁରଷ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ରଶ୍ମିତା ଚୌଧୁରୀ, ସୁପ୍ରିୟା ସାହୁ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here