ସାନଖେମୁଣ୍ଡିରେ ପଂଚାୟତ ନିର୍ବାଚନ ଉଷ୍ମତା । ଡେଙ୍ଗାଡ଼ିରେ ପାନୀୟ ଜଳକଷ୍ଟକୁ ନେଇ ମହିଳାଙ୍କ ରାସ୍ତାରୋକ ସହ ଭୋଟ ବର୍ଜନ ଧମକ ।

0
577

ବ୍ରହ୍ମପୁର,୨୪/୦୧/୨୦୨୨ : ପଂଚାୟତ ନିର୍ବାଚନ ପ୍ରାର୍ଥୀପତ୍ର କାଏମ ତାଲିକା ପ୍ରକାଶନ ପାଇଁ ଆଜି ଧାର୍ଯ୍ୟ ଦିବସ ହୋଇଥିଲା ବେଳେ ଚର୍ଚ୍ଚିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଙ୍ଗାଡ଼ି ପଂଚାୟତ ସଦର ଗ୍ରାମ ମହିଳାଙ୍କ ପିଇବା ପାଣି ସମସ୍ୟାକୁ ନେଇ ଗଣଧାରଣା ଏବଂ ହାଣ୍ଡି ଗରା ମାଠିଆ ଧରି ମୁଖ୍ୟରାସ୍ତା ଅବରୋଧ ଘଟଣା ସମ୍ପ୍ରତି ଚର୍ଚ୍ଚାରେ ଥିବା ଲକ୍ଷ୍ୟ କରାଯାଇଛି । ଡେଙ୍ଗାଡ଼ି ପଞ୍ଚାୟତର ଚାରି ନମ୍ବର ୱାର୍ଡ ବାସିନ୍ଦା ମହିଳା ମଣ୍ଡଳୀ ସମାବେଶିତ ଭାବେ ପାଣିପାଇଁ ବିକ୍ଷୋଭ କରିବା ସହ ପୂର୍ବ ପ୍ରସ୍ତୁତିରେ ପାଇକ ଜଗନ୍ନାଥପୁର – କାଟୁ ରାସ୍ତାକୁ ଅବରୋଧ କରିଛନ୍ତି । ଧାରଣାକୁ ସଫଳ କରାଇବାକୁ ଅବରୋଧ ପିଚୁ ରାସ୍ତାରେ ଇଟା ଚୁଲିରେ ରୋଷେଇ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ସହିତ ସେମାନଙ୍କ ପାନୀୟ ଜଳ ସମସ୍ୟାରେ ସୁଧାର ନ କରାଗଲେ ଆସନ୍ତା ପଂଚାୟତ ଭୋଟ ବର୍ଜନ କରିବାର ଧମକ ଦେଉଥିବା ଦେଖିବାକୁ ମିଳିଅଛି । ଖବରପାଇ ପାଟପୁର ଥାନା ସକ୍ରିୟତା ସହ ଘଟଣାସ୍ଥଳରେ ପହଞ୍ଚି ଧାରଣା ରତ ମହିଳାଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧକୁ ହଟେଇବାକୁ ଉଦ୍ୟମ କରିଅଛି । ଅବରୋଧକାରଙ୍କ ଅଭିଯୋଗ ପ୍ରକାରେ ସେମାନଙ୍କ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହେଉନଥିବାରୁ ସେମାନେ ଅସୁବିଧାରେ ଥିବା ଜଣାଇଛନ୍ତି । ଅନ୍ୟ ପ୍ରକାରେ ବିଭାଗୀୟ ଅଧିକାରୀ ତଥା ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ପ୍ରତିକ୍ରିୟା ପ୍ରକାରେ ଉକ୍ତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣର ଅସୁବିଧା ଅଭିଯୋଗ ପରେ ବିଭାଗୀୟ ମରାମତି ପାଇଁ ଅଞ୍ଚଳବାସୀ ବିରୋଧ କରୁଥିବା , ଗ୍ରାମରେ ଥିବା ପାଇପ ଜଳ ଯୋଗାଣ ବ୍ୟବସ୍ଥାର ବିଦ୍ୟୁତ୍ ଦେୟ ପୈଠ ଅବହେଳା ଯୋଗୁଁ ତିନିମାସ ହେଵ ବିଦ୍ୟୁତ୍ ବିଛିନ୍ନ ହୋଇଥିବା , ପ୍ରକଳ୍ପ ପୁନଃ ନିର୍ମାଣ ସହ ଘରଘାରକୁ ପାଇପ ପାଣି ଯୋଗାଣ ପାଇଁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ ନିର୍ମାଣ କାର୍ଯ୍ୟପାଇଁ ଅର୍ଥ ମଞ୍ଜୁର ହୋଇଥିବା ପ୍ରକାଶ କରିଛନ୍ତି । ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଥିବାରୁ ପ୍ରଶାସନ ଏଥିପ୍ରତି ଚିନ୍ତିତ ଥିବା ପ୍ରକାଶ କରିଛନ୍ତି । ଏହା ସହିତ ବକେୟା ବିଦ୍ୟୁତ୍ ଦେୟ ପୈଠ ବ୍ୟବସ୍ଥା ଏବଂ ଚାରି ନମ୍ବର ୱାର୍ଡ ବାସିନ୍ଦାଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଶୀଘ୍ର କରାଇବାକୁ ତତ୍ପରତା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here