ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ, ବୁରୁଝରୀ ସମେତ ସୁମଣ୍ଡଳ ଏବଂ ସାଙ୍କୁଡା ଠାରେ ରାସ୍ତା ଅବରୋଧ, ବୁରୁଝରୀ ଠାରେ ରାସ୍ତା ରେ ରାତି କାଟିଲେ ଚାଷୀ , ରୋଷେଇ କରି ଖାଇଲେ ଭାତ, ଡାଲମା ।

0
266

ବ୍ରହ୍ମପୁର,୨୫/୦୧/୨୦୨୨ (ଟୁକୁନା ପ୍ରଧାନ)-: ସମାନ ଢଙ୍ଗରେ ସୁମଣ୍ଡଳ ଏବଂ ସାଙ୍କୁଡା ଠାରେ ଧାନ ବସ୍ତା ରଖି ଆନ୍ଦୋଳନ କଲେ ଚାଷୀ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବୁରୁଝରୀ ଠାରେ ଗତକାଲି ଠାରୁ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ l ଏଥିସହିତ ଆଜି ମଧ୍ଯ ସୁମଣ୍ଡଳ ଏବଂ ସାଙ୍କୁଡା ଠାରେ ଚାଷୀ ମାନେ ରାସ୍ତା ଅବରୋଧ କରିଛନ୍ତି । ଅନ୍ୟପଟେ ଶୀତ ରାତି ରେ ରାଜ ରାସ୍ତା ରେ ବୁରୁଝରୀ ଠାରେ ରାତି କାଟିଲେ ଚାଷୀ। ଚାଷୀ ଙ୍କ ଠାରୁ ସରକାର ଠିକ୍ ସମୟରେ ଉଚିତ ପରିମାଣର ଧାନ ଉଠାଉନଥିବା ରୁ ଚାଷୀ ଆଜି ଏହି ଭଳି ପ୍ରତିବାଦ କରିଛନ୍ତି l ଏହି ସମସ୍ୟା ନେଇ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଶତାଧିକ ଚାଷୀ ନିଜ ଉତ୍ପାଦିତ ଧାନକୁ ରାଜରାସ୍ତାରେ ରଖି ପ୍ରତିବାଦ କରିଛନ୍ତି l ଫଳରେ ବ୍ରହ୍ମପୁର – ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ଆଜି ସକାଳ ଠାରୁ ସୁମଣ୍ଡଳ ଏବଂ ସାଙ୍କୁଡା ଚାଷୀ ରାଜରାସ୍ତାରେ ବସିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ନଥିବା ସୂଚନା ମିଳିଛି l ଅନ୍ୟପଟେ ବୁରୁଝରୀ ଠାରେ ଚାଷୀ ମାନେ ୩୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଉପରେ ବସି ରହିଛନ୍ତି । କୌଣସି ରାଜନୈତିକ ଦଳ ର କର୍ମକର୍ତ୍ତା ମାନେ ମଧ୍ଯ ଆସି ନାହାଁନ୍ତି ।ଅନ୍ୟପଟେ ଯାତ୍ରୀମାନେ ଜାତାୟତ ରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିସହିତ ସମାଧାନ ର ବାଟ ନ ବାହାରିଲେ ଆଗାମୀ ନିର୍ବାଚନ ରେ ଛାଷୀ ମାନେ ଭୋଟ୍ ବର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here