ନିଜେ ଭିନ୍ନକ୍ଷମ ହୋଇ ଅନ୍ୟକୁ ସ୍ବାବଲମ୍ବୀ କରୁଥିବା ମହିଳା ସୁଶ୍ରୀ ପି.ଚନ୍ଦ୍ରମା ରେଡ୍ଡୀ ପଚାଂୟତ ନିର୍ବାଚନ ରଣାଙ୍ଗନ ରେ ସରପଞ୍ଚ ପ୍ରାର୍ଥୀ

0
551

ରଙ୍ଗେଇଲୁଣ୍ଡା,୨୫/୦୧/୨୦୨୨:
ନିଜେ ଜଣେ ଭିନ୍ନକ୍ଷମ ହେଲେ ମଧ୍ଯ ଅକ୍ଷମତା ପରିଚୟ ଦେଇ କାହା ଉପରେ ବୋଝ ହୋଇ ରହି ନାହାଁନ୍ତି। ଅନ୍ୟକୁ ସ୍ବାବଲମ୍ବୀ ହେବା ଶିଖାଇ ଉଦାହରଣ ସୃଷ୍ଟି କରିଛନ୍ତି। ଅଞ୍ଚଳର ଶତାଧିକ ମହିଳା ଙ୍କୁ ଆତ୍ମ ନିର୍ଭରଶୀଳ ହେବା ବାଟ ଦେଖାଇବା ସହ ସମାଜ ପାଇଁ କଲ୍ୟାଣକାରୀ ଯୋଜନାରେ ମହିଳାଙ୍କୁ ସାମିଲ କରିଛନ୍ତି ରଙ୍ଗେଇ
ଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଣ୍ଡରାଜପୁର ପଞ୍ଚାୟତ ଓଡିଆରପି କଲୋନୀର ବାସିନ୍ଦା ପି.ଚନ୍ଦ୍ରମା ରେଡ୍ଡୀ ଅଧିକରୁ ଅଧିକ ସମାଜ ସେବା କରିବା ପାଇଁ ଆଗେଇ ଆସି ପଞ୍ଚାୟତ ନିର୍ବାଚନ ଭାଗ ନେଇ ନିଜକୁ ଜଣେ ଭିନ୍ନକ୍ଷମ ହେଲେ ମଧ୍ଯ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଚିକିତ୍ସିତ କିଞ୍ଚିତ ମାତ୍ରାରେ ଭଲ ହୋଇ ସମାଜ ସେବା ଆରମ୍ଭ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ କଲାପରେ ଆର୍ଥିକ ଅଭାବ ହେତୁ କଲେଜ ମାଟିରେ ପାଦମାଡ଼ିବା ସମ୍ଭବ ହୋଇ ପାରିଲେନି। ଅନ୍ୟକୁ ସାହାରା ବଦଳରେ ନିଜେ ଆତ୍ମ ନିର୍ଭରଶୀଳ ହେବା ବାଟ ଖୋଜିଲେ। ନିଜେ ସିଲେଇ ଶିଖି ଅଞ୍ଚଳର ମହିଳା ମାନଙ୍କ ପାଇଁ ସିଲେଇ ଶିକ୍ଷା ଦେଇ ଅନେକ ମହିଳା ଆତ୍ମନିର୍ଭଶୀଳ ହୋଇଛନ୍ତି ବୋଲି ଚନ୍ଦ୍ରମା କହିଛନ୍ତି। ଜରୁରୀକାଳୀନ ସେବା ନିମନ୍ତେଡାକ୍ତର ପାଖକୁ ଯାଇ ମହିଳାଙ୍କୁ ସେବା ଯୋଗାଇବା ମୋର ଗୁରୁତ୍ଵ ରହିଆସିଛି। ମହିଳା ମାନଙ୍କ ପ୍ରତି ଅନ୍ୟାୟ ହେଲେ ମୁଁ ବରଦାସ୍ତ କରିପାରେନି। ମୁକାବିଲା କୁ ସାମନା କରିବାକୁ ପଛେଇ ନାହିଁ। ଅନ୍ୟର ସୁଖ ଦୁଃଖରେ ସାଥୀ ହୁଅନ୍ତି। ଅଞ୍ଚଳର ମହିଳା ମାନଙ୍କ ଆଶୀର୍ବାଦରେ ସରପଞ୍ଚ ପ୍ରାର୍ଥିତ୍ୱ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା କହିଛନ୍ତି।ଦୃଢ଼ତାର ସହ ଲଢ଼ିବା ପାଇଁ ମନୋବଳ ଦୃଢ଼ ବିଶ୍ବାସ ରଖିଛି । ମହିଳା ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରି ସମସ୍ତ ଙ୍କ ମତାମତ ନେଇ ପ୍ରାର୍ଥିପତ୍ର ଦାଖଲ କରିଥିବା ଚନ୍ଦ୍ରମା କହିଛନ୍ତି। ମୁଁ ସର୍ବଦା ରୋଗୀ ସେବା,ମହିଳା, ଶିଶୁ, ବୟସାଧିକ ଲୋକ ମାନଙ୍କର ସେବା ଯୋଗାଇ ଆସୁଛି ଆସିବି ମଧ୍ୟ ଏଥିରେ କୌଣସି ଦ୍ୱିଧା ନାହିଁ। ଏହି ସୁଯୋଗ ମିଳିବା ପରେ ହାତ ଛଡ଼ା କରିବି ନାହିଁ ବୋଲି ସେ କହିଛନ୍ତି। ସମାଜ ସେବା, ମହିଳାଙ୍କୁ ସେବା ଯୋଗାଇବା ମୋର ମୂଳ ଲକ୍ଷ୍ୟ। ବିଶେଷ କରି ଗରିବ ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ସର୍ବଦା ନିୟୋଜିତ ହୋଇ ରହିବି। ଦୁଃଖୀ ଦରିଦ୍ର ନାରାୟଣଙ୍କୁ ସେବା ପାଇଁ ପ୍ରୟାସ ଜାରି ରହିବ ବୋଲି ମୋର ମୂଳ ଲକ୍ଷ୍ୟ। ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ନେବାକୁ ହାତକୁ ନେଇ ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରିବି। ମହିଳା ମାନଙ୍କ କଲ୍ୟାଣ ପାଇଁ ଜୀବନ ସାରା ସଂଗ୍ରାମ ପ୍ରୟାସ ଜାରି ରହିବ ବୋଲି ଚନ୍ଦ୍ରମା କହିଛନ୍ତି। ଅଞ୍ଚଳ ବାସୀ ମୋତେ ଥରେ ସୁଯୋଗ ଦେବେ ବୋଲି ମୋର ବିଶ୍ବାସ ରହିଛି।

LEAVE A REPLY

Please enter your comment!
Please enter your name here