ଉପଖଣ୍ଡ ସ୍ତରୀୟ ୧୨ତମ ଜାତୀୟ ଭୋଟର ଦିବସ ପାଳିତ

0
382

ବ୍ରହ୍ମପୁର,୨୫/୦୧/୨୦୨୨:
ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୨ତମ ଜାତୀୟ ଭୋଟର ଦିବସ ଆଜି ବ୍ରହ୍ମପୁର ଟାଉନ ହଲଠାରେ କୋଭିଡ କଟକଣା ନିୟମ ଅନୁଯାୟୀ ପାଳନ କରାଯାଇଅଛି। ଏହି ଜାତୀୟ ଭୋଟର ଦିବସର ମୁଖ୍ୟ ଅତିଥି ଭାବେ ଡ.ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ମହାନଗର ନିଗମ କମିଶନର ଯୋଗଦେଇ ନୂତନ ଭୋଟର ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଯୁବ ଭୋଟର ଦେଶର ଶ୍ରେଷ୍ଠ ବୋଲି ମୁଖ୍ୟ ଅତିଥି କହିଥିଲେ । ସମସ୍ତ ବିଏଲଓ ଓ ସୁପରଭାଇଜର ମାନଙ୍କୁ ନିଷ୍ଠାର ସହିତ ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଉପ-ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ୍ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତି ପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଏବଂ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିଜ ମତାଧିକାରର ପ୍ରୟୋଗ କରିବା ଏବଂ ବିଏଲଓ ଓ ସୁପରଭାଇଜର ମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରସଂଶା କରିଥିଲେ।ଆଜିର ଏହି ଜାତୀୟ ଭୋଟର ଦିବସ ଅବସରରେ ଭଲ କାମ କରିଥିବା ବ୍ରହ୍ମପୁର ଉପଖଣ୍ଡର ପାଞ୍ଚ ଜଣ ବିଏଲଓ ଓ ପାଞ୍ଚ ଜଣ ସୁପରଭାଇଜର ମାନଙ୍କୁ ପ୍ରଶଂସାପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ସେହିପରି ଉପଖଣ୍ଡର ୨୦ ଜଣ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ନୂଆ ଭୋଟର ପରିଚୟ ପତ୍ର ପାଇଥିବା ଯୁବକ ମାନଙ୍କୁ ମଧ୍ୟ ଭୋଟର କାର୍ଡ ପ୍ରଦାନ କରାଯାଇଥିଲା ।ଜାତୀୟ ଭୋଟର ଦିବସରେ ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଗଣ, ଜନସାଧାରଣ ଏବଂ ସାମ୍ବାଦିକମାନଙ୍କୁ ମୁଖ୍ୟ ଅତିଥି (ମତଦାତା ଙ୍କ ସଂକଳ୍ପ କୁ) ଶପଥ ପାଠ କରାଇଥିଲେ।ଶେଷରେ ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର ଜାତୀୟ ଭୋଟର ଦିବସରେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶ୍ରୀ ବିନୋଦ କୁମାର ବେହେରା, ଶ୍ରୀ ପ୍ରଦୀପ କୁମାର ମହାରଣା ଏବଂ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସେକ୍ସନ ଅଫିସର ଶ୍ରୀ ପ୍ରଶାନ୍ତ ପଣ୍ଡା ଓ ଡି. ଭେଙ୍କଟେଶ୍ୱର ରାଓ ବରିଷ୍ଠ ଷ୍ଟେନୋଗ୍ରାଫର ଏବଂ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ଡ଼ି. ମାଲେଶ୍ୱର ପତ୍ର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here