ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବ୍ରହ୍ମପୁର ଉପଖଣ୍ଡ ରେ ୭୭ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପ୍ରାର୍ଥୀ କାଏମ

0
355

ବ୍ରହ୍ମପୁର,୨୫/୦୧/୨୦୨୨:
ବ୍ରହ୍ମପୁର ଉପଖଣ୍ଡ ଅନ୍ତର୍ଗତ ୨୦ଟି ଜିଲା ପରିଷଦ ଜୋନ ପାଇଁ ୮୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଯାଞ୍ଚ ବେଳେ କାହାରି ମଧ୍ଯ ନାମାଙ୍କନ ନାକଚ ହୋଇନଥିବା ବେଳେ ଗତକାଲି ସେଥିରୁ ୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ସ୍ବାଧିନ ପ୍ରାର୍ଥୀ ଥିବା ବେଳେ ଅନ୍ୟ ଜଣେ କଂଗ୍ରେସ ପ୍ରାର୍ଥୀ ରହିଛନ୍ତି।ପାତ୍ରପୁର ବ୍ଳକର ୩୪ ନମ୍ବର ଜୋନ ର ସ୍ବାଧୀନ ପ୍ରାର୍ଥୀ ମେଣ୍ଡା କସ୍ତୁରୀ, ଦିଗପହଣ୍ଡି ବ୍ଲକ ୨୮ ନମ୍ବର ଜୋନ୍‌ର ସ୍ବାଧୀନ ପ୍ରାର୍ଥୀ ବିଷ୍ଣୁପ୍ରିୟା ବିଷୋୟୀ, ୨୫ ନମ୍ବର ଜୋନ ର କଂଗ୍ରେସ ପ୍ରାର୍ଥୀ ଅନିଲ କୁମାର ମହାନ୍ତି,ସାନଖେମୁଣ୍ଡି ବ୍ଳକ ର ୬୦ ନମ୍ବର ସ୍ବାଧିନ ପ୍ରାର୍ଥୀ ବିଷ୍ଣୁ ପ୍ରିୟା ସ୍ବାଇଁ ଏବଂ ରଙ୍ଗେଇଲୁଣ୍ଡା ବ୍ଲକ
ର ବିଜେପିର ଡମି ପ୍ରାର୍ଥୀ ଯୁଦ୍ଧିଷ୍ଠିର ନାୟକ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଛନ୍ତି । ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପରେ ବର୍ତ୍ତମାନ ନିର୍ବାଚନୀ ମଇଦାନରେ ୭୭ଜଣ ପ୍ରାର୍ଥୀ ରହିଛନ୍ତି। କୁକୁଡ଼ାଖଣ୍ଡି ବ୍ଲକର ୮ ନମ୍ବର,୯ ନମ୍ବର ଏବଂ ୧୦ ନମ୍ବର ଜୋନ୍‌ରୁ ୩ଜଣ ଲେଖାଏଁ ପ୍ରାର୍ଥୀ ରହିଥିବା ବେଳେ ଚିକିଟି ବ୍ଳକର ୧୬ ଏବଂ ୧୮ ନମ୍ବର ଜୋନ୍ ରୁ ୩ଜଣ ଲେଖାଏଁ ପ୍ରାର୍ଥୀ ଏବଂ ୧୭ ନମ୍ବର ଜୋନ ରୁ ୫ଜଣ ପ୍ରାର୍ଥୀମଇଦାନରେ ଅଛନ୍ତି ।ଦିଗପହଣ୍ଡି ବ୍ଳକର ୨୫ ନମ୍ବର ଜୋନ୍‌ରେ ୪ଜଣ ପ୍ରାର୍ଥୀ ରହିଥିବା ବେଳେ ୨୬ ଜୋନ ରେ ୫ଜଣ, ୨୭ ନମ୍ବର ଜୋନ୍‌ରେ ୩ଜଣ ଏବଂ ୨୮ ନମ୍ବର ଜୋନ ରେ ୫ଜଣ ପ୍ରାର୍ଥୀ ଅଛନ୍ତି ।ପାତ୍ରପୁର ବ୍ଲକର ୩୨ ନମ୍ବର ଜୋନ ରେ ୩ଜଣ, ୩୩ ନମ୍ବର ଏବଂ ୩୪ ନମ୍ବର ଜୋନ୍‌ରୁ ୫ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକର ୫୩ ନମ୍ବର ଓ ୫୪ ନମ୍ବର ଜୋନ୍‌ରୁ ୪ଜଣ ଏବଂ ୫୫ ଜୋନ ରେ ୩ଜଣ ପ୍ରାର୍ଥୀ ରହିଛନ୍ତି। ସାନଖେମୁଣ୍ଡି ବ୍ଳକର ୫୯ ନମ୍ବର ଜୋନରେ ୩ଜଣ ପ୍ରାର୍ଥୀ ରହିଥିବା ବେଳେ ୬୦ ନମ୍ବର ଜୋନ୍‌ରେ ୨ଜଣ ୬୧ ନମ୍ବର ଜୋନ୍‌ରେ ୫ଜଣ ଏବଂ ୬୨ ନମ୍ବର ଜୋନ୍‌ର ୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here