ଭାରତୀୟ ପ୍ରଶାସନିକ ସେବାର ନିୟମ (କେ.ଏମ. ଚନ୍ଦ୍ରଶେଖର ଏବଂ ଟି କେ ଏ ନାୟାର)

0
137

କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବାରେ ଥିବା କର୍ମଚାରୀମାନଙ୍କ କେନ୍ଦ୍ରୀୟ ଡେପୁଟେସନ ସମ୍ପର୍କୀତ ଆଇନ ସଂଶୋଧନ ପ୍ରସ୍ତାବ ଦେବା ପରେ ପଶ୍ଚିମବଙ୍ଗ ଏବଂ ଅନ୍ୟ କେତେକ ରାଜ୍ୟ ଏହାର ତୀବ୍ର ବିରୋଧ କରିଛନ୍ତି । ଏହା ପରେ ଭାରତୀୟ ପ୍ରଶାସନିକ ସେବାକୁ ନେଇ ଗଣମାଧ୍ୟମ ଗୁଡିକରେ ବହୁଳଭାବେ ଆଲୋଚନା ହୋଇଛି । ସହଯୋଗ ଲି କ ସଙ୍ଗୀୟ ବ୍ୟବସ୍ଥାରେ ପ୍ରଶାସନକୁ ଦୃଢ ଓ ପ୍ରଭାବଶାଳୀ କରିବା ପାଇଁ ରାଜ୍ୟଗୁଡିକ ସହ କେନ୍ଦ୍ର ସରକାର ପରାମର୍ଶ କରିବା ଆବଶ୍ୟକ ।କେନ୍ଦ୍ର ସରକାରଙ୍କ ଦ୍ବାରା ବୟନ, ନିଯୁକ୍ତି ଏବଂ ତାଲିମ ଆଦି ବ୍ୟବସ୍ଥା ପରେ ବିଭିନ୍ନ ରାଜ୍ୟର ଖାଲିଥିବା ପଦବୀଗୁଡିକରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ କାର୍ଯ୍ୟ କରିଥାଆନ୍ତି ଏହି ସେବା କେବଳ ରାଜ୍ୟ ପାଇଁ ନୁହେଁ, କେନ୍ଦ୍ର ପାଇଁ ମଧ୍ୟ।ତେଣୁ କେନ୍ଦ୍ର ସରକାର ଯେତେବେଳେ ଚାହିଁବେ ସେମାନଙ୍କୁ କେନ୍ଦ୍ରକୁ ଡକାଇ ନେଇପାରିବେ । ଉପଶାସନ ସଚିବ କିମ୍ବା ସଚିବ ମାନଙ୍କ ନିର୍ଦ୍ଦେଶ ଭଳି କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦବୀ ସମକକ୍ଷ ପଦବୀରେ ଭାରତୀୟ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ରାଜ୍ୟ ପାହ୍ୟାରୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ଉଚିତ। ଏପରିକି ଅନ୍ୟ ସେବା ଅଧିକାରୀମାନେ ରାଜ୍ୟରୁ କେନ୍ଦ୍ରକୁ ଯାଇପାରିବେ । ତେଣୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ କାର୍ଯ୍ୟ କରୁଥିବା ରାଜ୍ୟର ଅଧିକାରୀ ଏବଂ ସେମାନଙ୍କୁ ନିଯୁକ୍ତି ଦେଇଥିବା କେନ୍ଦ୍ର ସରକାର ଉଭୟଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରନ୍ତି ଦେଶର ପ୍ରଶାସନିକ ବ୍ୟବସ୍ଥାକୁ ପ୍ରଭାବଶାଳୀ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଶାସନିକ ସେବା ଅଧିକାରୀ ମାନଙ୍କ ସେବାର ଉପଯୋଗ କରିଥାଆନ୍ତି କେନ୍ଦ୍ର ସରକାର ଏହି ଅଧିକାରୀମାନଙ୍କ ଚାଳିର ସ , ନିଯୁକ୍ତି, ବଦଳି ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି କ୍ଷେତ୍ରରେ ସର୍ବୋଚ୍ଚ କର୍ତ୍ତୃପକ୍ଷ ହୋଇଥିବାବେଳେ ସ୍ଥଳେ ରାଜ୍ୟମାନେ ମଧ୍ୟ ଅନେକାଂଶରେ ସମାନ ପ୍ରକାର କ ତ୍ବର ଅଧିକାରୀ ଅଟନ୍ତି । ଏଥିପାଇଁ ଭାରତୀୟ ପ୍ରଶସାନିକ ସେବାର ଆଇନରେ ପରିବର୍ତ୍ତନ ର ପ୍ରସ୍ତାବ ସମୟରେ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥା ଭିତରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକର କ୍ଷମତା ସମ୍ପର୍କରେ ବିଚାର କରିବା ଆବଶ୍ୟକ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ଜାନୁୟାରୀ ୫ ଏବଂ ୧୨ତାରିଖ ଦିନ ଦୁଇଟି ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରଥମ ନିର୍ଦ୍ଦେଶରେ ରାଜ୍ୟ ସରକାରମାନେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କେନ୍ଦ୍ରର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍ତରର ଅଧିକାରୀମାନଙ୍କୁ ଯୋଗାଇବେ । ଏଥିରେ ରାଜ୍ୟ ସରକାରଙ୍କର ଅଗାଳି ଗ୍ରହଣୀୟ ହେବ । କିନ୍ତୁ ଆଉ ଏକ ନିୟମ ରହିଛି ଯେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜ୍ୟ ସରକାରଗୁଡିକ କେନ୍ଦ୍ରର ନିର୍ଦ୍ଦେଶ ପାଳନ କରିବେ ।ଜାନୁୟାରୀ ୧୨ତାରିଖର ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟର ଅଧିକାରୀ ମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ପାଇଁ ଜିଦଖୋର ମନୋଭାବ ଦେଖାଇଛନ୍ତି । ରାଜ୍ୟ ସରକାରମାନେ କେନ୍ଦ୍ରର ନିର୍ଦ୍ଦେଶକକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପାଳନ କରିବାକୁ ବାଧ୍ୟ ନହେଲେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଏକ ତାରିଖଠାରୁ ପ୍ରଶାସନିକ ଅଧିକାରୀମାନେ ରାଜ୍ୟ ସରକାରଙ୍କ ସେବାରୁ ନିବୃତ
ହୋଇଗଲେ ବୋଲି ଧରାଯିବ ।
ଏଭଳି ନିର୍ଦ୍ଦେଶ ଅଚାନକ ଥିଲା । ରାଜ୍ୟଗୁଡିକର ଦର୍ଶାଇବା କଥା ହେଲା – ୨୦୧୪ମସିହା ସୁଦ୍ଧା ରାଜ୍ୟର ନିଯୁକ୍ତି ୬୭ ଶତାଂଶ
ଥିବାବେଳେ ୨୦୨୧ ମସିହାରେ ଏହା ୩୦ ଶତାଂକୁ ଖସି ଆସିଛି। ଏହା ଏକ ଉଲ୍ଲେଖନୀୟ ହ୍ରାସ ହୋଇଥିଲେ ମଧ୍ୟ କେନ୍ଦ୍ରୀୟ ଡେପୁଟେସନ ପ୍ରତି ଅଧିକାରୀମାନଙ୍କର ଆଗ୍ରହ କମିଯାଉଥିବା ପ୍ରସଙ୍ଗକୁ ବିଚାର କରାଯିବା ଉଚିତ ।କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରାଜ୍ୟର ଅଧିକାରୀମାନଙ୍କ ଆଗ୍ରହ କମିଛି କି ବୋଲି ଏକ ପ୍ରଶ୍ନ ମଧ୍ୟ ଉଠିଛି । ଆହୁରି ମଧ୍ୟ କେନ୍ଦ୍ରରେ କାର୍ଯ୍ୟ କରିବା ପାଇଁ ରାଜ୍ୟର ଆଗ୍ରହୀ ଥିବା ଅଧିକାରୀମାନଙ୍କ ନିର୍ମିତ କେନ୍ଦ୍ରରେ ତାଲିକା ପ୍ରସ୍ତୁତ କରୁଥିବା ଅଧିକାରୀମାନେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି କି କେନ୍ଦ୍ରୀୟ ଡେପୁଟେସନରେ ଥିବା ସମୟରେ ଏହା ବାକିରିଜ ଅନିଶ୍ଚିତତା ସୃଷ୍ଟି କରୁଛି କି ? ଏଭଳି ପ୍ରଶ୍ନ ମଧ୍ୟ ଉଠୁଛି ।ରାଜ୍ୟର ତୃଣମୂଳ ସ୍ତରରେ ଥିବା ଅଧିକାରୀମାନଙ୍କ ସମ୍ପର୍କରେ କେନ୍ଦ୍ର ସଚେତନ ହେବା ଉଚିତ। କେନ୍ଦ୍ରୀୟ ଯୋଜନାଗୁଡିକୁ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରୁଛନ୍ତି କେନ୍ଦ୍ରୀୟ ଡେପୁଟେସନ ରେ ହଠାତ୍ ବଦଳି ଅଧିକାରୀ ମାନଙ୍କ ପାଇଁ ଅସ୍ଥିରତା ସୂଚକ ହେଉଥିବାବେଳେ ରାଜ୍ୟ ସରକାରଗୁଡିକ ସେପରି ସ୍ଥିତିକୁ ନ୍ୟୁନ ଦୃଷ୍ଟିରେ ଦେଖୁଛନ୍ତି ଆହୁରି ମଧ୍ୟ ଭାରତୀୟ ପ୍ରଶାସନିକ ଅଧିକାରୀମାନେ ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଅଂଶଗ୍ରହଣ କରୁଥିବା ସମୟରେ ଅଣବିଜେପି ଶାସିତ ରାଜ୍ୟଗୁଡିକ ଏପ୍ରକାର ଘଟଣାକୁ ସେମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଭାବୁଛନ୍ତି ।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରଶାସନିକ ଅଧୁକାରୀମାନଙ୍କ ଉପରେ କି ତ୍ବକୁ ନେଇ ଦ୍ୱନ୍ଦ ଉପୁଜୁଛି ।ବିଶେଷକରି ଅଣ ବିଜେପି ଶାସିତ ରାଜ୍ୟଗୁଡିକ ଏହି ସର୍ତ ସବୁକୁ ବିରୋଧ କରିବା ଭଳି ବିବାଦକୁ ଏଡାଇ ଯିବା ଉଚିତ ଏସବୁ ଦୃଷ୍ଟିରୁ କେନ୍ଦ୍ର ସରକାର ରାଜ୍ୟଗୁଡିକ ସହିତ ଆଲୋଚନାର ପ୍ରକ୍ରିୟା ଆରମ୍ଭ କରିବା ଉଚିତ । ରାଜ୍ୟଗୁଡିକର ପ୍ରଶାସନିକ ଦକ୍ଷତା, ଅଧିକାରୀମାନଙ୍କ ହଠାତ୍ ବଦଳିଜନିତ ସମସ୍ୟା, ପାରିବାରିକ ସ୍ଥିତିରେ ହଠାତ ସମସ୍ୟା ଆଦି ପ୍ରସଙ୍ଗଗୁଡିକୁ ମଧ୍ୟ ବିଚାର କରାଯିବା ଉଚିତ। ଆଇନରେ ପ୍ରସ୍ତାବିତ ସଂଶୋଧନ ଦ୍ଵାରା ଠିକ୍ ସମୟରେ କେନ୍ଦ୍ରୀୟ ଡେପୁଟେସନରେ ଗଲେ ସମସ୍ୟା ନ ହେବା ଭଳି ପ୍ରସଙ୍ଗ ସବୁକୁ ବିଚାର କରାଯିବା ଉଚିତ ।ଏସବୁ ସମସ୍ୟାର ସମାଧାନ ସହଯୋଗରିକ ସଂଘୀୟ ବ୍ୟବସ୍ଥା ମଧ୍ୟରେ ହେବା ଉଚିତ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦୧୫ ମସିହାରେ ବର୍ଣ୍ଣପୁରଠାରେ ଏକ ଉତ୍ସବରେ ଦେଇଥିବା ଅଭିଭାଷଣ ଉଲ୍ଲେଖଯୋଗ୍ୟ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ ଆମ ସମ୍ବିଧାନ ଆମକୁ ଏକ ସଂଘୀୟ ବ୍ୟବସ୍ଥା ଦେଇଛି କିନ୍ତୁ ଦୁଃଖର କଥା ଦୀର୍ଘଦିନ ହେଲା କେନ୍ଦ୍ର ଓ ରାଜ୍ୟରେ ମଧ୍ୟରେ ସମ୍ପର୍କ ତିକ୍ତ ହେଉଛି । ମୁଁ ମୁଖ୍ୟମନ୍ତ୍ରୀ ଥୁଲି ଏବଂ ଏପରି ହେବା ଉଚିତ ନୁହେଁ ବୋଲି ଅନୁଭବ କରେ । ତେଣୁ ସହଯୋଗ ଭିତିକ ସଂଘୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖୁ ଆମେ ପରିବା ନ ଆଣୁଛୁ ଏଥିପାଇଁ ମୁଁ ‘ଟିମ୍ ଇଣ୍ଡିଆ’ ବୋଲି କହୁଛି । ଦେଶ ଟିମ୍ ଇଣ୍ଡିଆ ମନୋବ ବିନା ଆଗେଇ ପାରିବ ନାହିଁ ।”

LEAVE A REPLY

Please enter your comment!
Please enter your name here