ରଙ୍ଗେଇଲୁଣ୍ଡା ବ୍ଲକ ସମିତି ସଭ୍ୟା ରୂପେ ଶ୍ରୀମତୀ ପ୍ରିୟଙ୍କା ଦଳେଇ ନିର୍ଦ୍ଵନ୍ଦରେ ନିର୍ବାଚିତ

0
804

ରଙ୍ଗେଇଲୁଣ୍ଡା,୨୬/୦୧/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ ସମିତି ସଭ୍ୟା ରୂପେ ଶ୍ରୀମତୀ ପ୍ରିୟଙ୍କା ଦଳେଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ୨୫ତାରିଖରେ ପ୍ରତ୍ୟାହାର ଶେଷ ଦିବସରେ ଜଣାପଡିଛି।ସେ ଜଣେ ଉଚ୍ଚଶିକ୍ଷିତା ସିଭିଲ ଡିପ୍ଲୋମା ପାଠ ଶେଷ କରି ଗୃହିଣୀ ଭାବେ ରହିଥିଲେ। ମୋ ସ୍ଵାମୀ ତଥା ସମାଜ ସେବୀ ବାଲ୍ୟରାମ ଦଳେଇଙ୍କ ପରାମର୍ଶ କ୍ରମେ ରାଜନୀତି ରେ ଭାଗ ନେବାକୁ ମନ ବଳାଇଥିଲେ ଓ ସମାଜ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ରାଜନୀତି ରେ ଭାଗ ନେଇ ଲୋକଙ୍କ ସମସ୍ୟା ଉପରେ ସବୁବେଳେ ଗୁରୁତ୍ୱ ଦେବା ପାଇଁ ପ୍ରୟାସ କରିବେ ବୋଲି ଶ୍ରୀମତୀ ଦଳେଇ କହିଛନ୍ତି। ବହୁ ଦିନରୁ ମନ ବଳାଇଥିଲେ ରାଜନୀତି କରିବାକୁ,ପଞ୍ଚାୟତର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରାମର୍ଶ କ୍ରମେ ନାମାଙ୍କନ ପତ୍ର ଦାଖଲ କରିଥିଲି। ସେହି ଦିନଠାରୁ ମୋ ମନକୁ ଦୃଢ଼ ହୋଇଥିଲା। ପଞ୍ଚାୟତ ଆଉ କୌଣସି ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିନଥିଲେ। ପଞ୍ଚାୟତ ରେ ସମିତି ସଭ୍ୟା ରୂପେ ଚୟନ କରି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିଥିବା ଯୋଗୁଁ ପଞ୍ଚାୟତ ବାସୀଙ୍କୁ ହାର୍ଦିକ ଶୁଭେଛା ଜଣାଉଛି। ଏଥି ସହିତ ଗଞ୍ଜାମ ଜିଲ୍ଲା ଯାଦବ କୁଳ ସଭାପତି ସି.ଏଚ. ବାଇରି ପାତ୍ର, ଓ ଚାନ୍ଦପୁର ପଞ୍ଚାୟତ ର ସମସ୍ତ ଭଦ୍ର ବ୍ୟକ୍ତି ଙ୍କୁ ଚିର କୃତଜ୍ଞ। ଏଥି ସହିତ ସରପଞ୍ଚ ପ୍ରାର୍ଥୀନୀ ଭାବେ ସି ଏଚ୍. ରଶ୍ମିତା ପାତ୍ର ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here