ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ।

0
181

ଛତ୍ରପୁର, ୨୬/୧/୨୦୨୨ : ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଓଡ଼ିଶାର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ରୁପେ ଯୋଗଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉପସ୍ଥାପନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱାଧୀନଚିନ୍ତା ଓ ସମ୍ବିଧାନ ପ୍ରଣେତାଙ୍କ ପ୍ରଚେଷ୍ଟା ଫଳରେ ଭାରତ ବର୍ଷ ଗଣତନ୍ତ୍ର ରାଷ୍ଟ୍ରରୂପେ ପରିଗଣିତ ହୋଇଥିବା ପ୍ରକାଶ କରିଥିଲେ। ଗଞ୍ଜାମ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ସେମାନଙ୍କ ଅସୀମ ସାହସ ଓ ସାଲିସ ବିହୀନ ସଂଗ୍ରାମକୁ ନିଜ ବକ୍ତବ୍ୟରେ ରଖିଥିଲେ। ଭାରତକୁ ବିଶ୍ୱ ଦରବାରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢିବା ପାଇଁ ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ ରହିଥିବା ପ୍ରକାଶ କରିଥିଲେ ।ଆଜିର ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ଓଡ଼ିଶା ସ୍ପେଶାଲ ଆର୍ମଡ଼ ପୋଲିସ ଅଷ୍ଟମ ବାଟାଲିୟାନ,ଆର୍ମଡ଼ ପୋଲିସ ଫୋର୍ସ ଓ ହୋମ ଗାର୍ଡ ,ଗଞ୍ଜାମ ଦଳ ଭାଗ ନେଇଥିବା ବେଳେ ଓ.ଏସ.ଏ.ପି ବ୍ୟାଣ୍ଡ (ଘୋଷବାଦ୍ୟ ) ଅଂଶଗ୍ରହଣ କରିଥଲେ । ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ, ଗଞ୍ଜାମ ମାନସ ରଞ୍ଜନ ମହାନ୍ତି ପ୍ୟାରେଡ଼ ପରିଚାଳନା କରିଥିବାବେଳେ ସେକେଣ୍ଡେଣ୍ଟ କମାଣ୍ଡେଣ୍ଟ ଭାବେ ସର୍ଜେଣ୍ଟ ସଂଜୟ କୁମାର ବାରିକି ଦାୟିତ୍ୱ ତୁଲାଇଥିଲେ । ଏହି ସମାରୋହରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପୁଲିସ ଅଧିକାରୀ ଯୋଗ ଦେଇଥିଲେ । ଏହି ଜାତୀୟ ଦିବସରେ ଅନେକ ନିରାଶ୍ରୟ ଓ ମାନସିକ ବିକୃତି ବ୍ୟକ୍ତିଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ଟିମ କ୍ଲିନ ସିଟି, ବ୍ରହ୍ମପୁର ର ସଭ୍ୟ ମାନକୁ ସମନ୍ୱିତ କରାଯାଇଥିଲା। ଅସହାୟ ଭିନ୍ନକ୍ଷମ ଓ ଅନାଥ ବ୍ୟକ୍ତିଙ୍କୁ କରୋନାର ବିପର୍ଯ୍ୟୟ ସମୟରେ ସହଯୋଗ କାରିଥିବାରୁ ସାରା ଲରେନ ମିଶ୍ର ଙ୍କୁ ଏବଂ ପଶୁ ସମ୍ପଦ ସୁରକ୍ଷାକାରୀ ଭାବେ ଲଲାଟେନ୍ଦୁ ଚୌଧୁରୀଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ଶତାବ୍ଦୀର ଭୟଙ୍କର ମହାମାରୀ କରୋନା ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ଜୀବନ ସୁରକ୍ଷିତ ରଖିବା ଦିଗରେ ଯେଉଁମାନେ ବହୁମୂଲ୍ୟ ଶ୍ରମ ଓ ସମୟ ତ୍ୟାଗ କରିଥିଲେ ସେମାନଙ୍କୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା।ସେମାନେ ହେଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ମଇକ୍ରୋବାୟୋଲୋଜି ବିଭାଗ ପ୍ରଫେସର ଡା. ବିନୋଜିନି ପରିଡ଼ା, ସହଯୋଗୀ ଉପାଧ୍ୟକ୍ଷା ଡ଼ା. ସୁସ୍ମିତା କୁମାରୀ ସାହୁ, ଲଜିଷ୍ଟିକ, ପ୍ରୋମିଶ ଏବଂ ଇମିନାଇଯେସନର ଲଜିଷ୍ଟିକ ମ୍ୟାନେଜର ସ୍ମୃତି ବର୍ଦ୍ଧନ ଦାଶ, କମ୍ପୁଟର ସହଯୋଗୀ ଗୋୖରୀ କୁମାରୀ ସାବତ, ସିଟି ଡାଟା ମ୍ୟାନେଜର ଦେବାଶିଷ ସାମଲ,ବେଳଗୁଣ୍ଠା ବିଜ୍ଞାପିତ ପରିଷଦ ସାନିଟେସନ ସୁପରଭାଇଜର ପାୟଲ ମହାପାତ୍ର,ଛତ୍ରପୁର ବିଜ୍ଞାପିତ ପରିଷଦ ସଫେଇ ଭାଇ ବାବୁଲା ନାୟକ, ହିଂଜିଳିକାଟୁ ବିଜ୍ଞାପିତ ପରିଷଦ ସଫେଇ ଦିଦି ଅନିତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରେଷ୍ଠ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସ୍କୁଲ ରୂପାନ୍ତରିତ କରଣରେ ରଙ୍ଗେଇଲୁଣ୍ଡା ବି.ଡି.ଓ ପ୍ରସନ୍ନ କୁମାର ପାତ୍ର, ଏମ.ଜି.ଏନ.ଆର.ଜି.ଏସ ରେ
ସାନଖେମୁଣ୍ଡି ବି.ଡି.ଓ ଗାୟତ୍ରୀଦତ୍ତ ନାୟକ, ବେଳଗୁଣ୍ଠା ବି.ଡି.ଓ ଶଶି ଭୂଷଣ ମହାପାତ୍ର, ସେନିଟାଏଜେସନ ରେ ଗଞ୍ଜାମ ବି.ଡି.ଓ ବିଶ୍ୱଜିତ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରେଷ୍ଠ ଏ.ପି.ଓ ଭାବେ ପାତ୍ରପୁର ବ୍ଲକ ଏ.ପି.ଓ ପ୍ରଣତି ପୁରୋହିତ, କବିସୂର୍ଯ୍ୟନଗର ଏ.ପି.ଓ ସସ୍ମିତା ମିଶ୍ର, ପୁରୁଷୋତ୍ତମପୁର ଏ.ପି.ଓ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ସମନ୍ୱିତ କରାଯାଇଛି। ଶ୍ରେଷ୍ଠ ପି.ଇ.ଓ ଭାବେ ଗଞ୍ଜାମ ବ୍ଲକ ମାଲଦ ଗ୍ରାମପାୟତ ପି.ଇ.ଓ ଶ୍ରୀକାନ୍ତ କୁମାର ଗୌଡ଼, ହିଂଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପି.ଇ.ଓ ପ୍ରତାପ କୁମାର ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ରଙ୍ଗିପୁର ପି.ଇ.ଓ ନିରଞ୍ଜନ ଖଡଙ୍ଗା ଙ୍କୁ ସମନ୍ୱିତ କରାଯାଇଥିଲା।ଶ୍ରେଷ୍ଠ ଜି.ଆର.ଏସ ଭାବେ ଖଲ୍ଲିକୋଟ ବ୍ଲକ ତୁଳସିପୁର ଜି.ଆର.ଏସ ଭବାନୀ ଶଙ୍କର ଶତପଥି, ବେଲଗୁଣ୍ଠା ବ୍ଲକ ଶାସନ ଜି.ଆର.ଏସ ରାମ ଚନ୍ଦ୍ର ପାଣିଗ୍ରାହୀ, ପାତ୍ରପୁର ବ୍ଲକ ବୁରାତଳ ଜି.ଆର.ଏସ ବାବୁଲା ବେହେରାଙ୍କୁ ସମନ୍ୱିତ କରାଯାଇଥିଲା। ଶ୍ରେଷ୍ଠ ବି.ପି.ଏମ ( ଓ.ଏଲ.ଏମ) ଭାବେ ଗଞ୍ଜାମ ବ୍ଲକ ବି.ପି.ଏମ ( ଓ.ଏଲ.ଏମ) ଜଳନ୍ଧର ମହାରଣା, ବେଳଗୁଣ୍ଠା ବ୍ଲକ ବି.ପି.ଏମ ( ଓ.ଏଲ.ଏମ) ଜ୍ଞାନରଞ୍ଜନ ରାଉତ,ଶେରଗଡ଼ ବ୍ଲକ ବି.ପି.ଏମ ( ଓ.ଏଲ.ଏମ)ବନିତା ରାଣୀ ସାହୁ ଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ବି.ପି.ସି (ମିଶନ ଶକ୍ତି) ଭାବେ ଜଗନ୍ନାଥପ୍ରସାଦ ବ୍ଲକ ସୀତା ବରାଳ ଙ୍କୁ ପୁରସ୍କୃତ କରାଯାଇଥିଲା।
ଶ୍ରେଷ୍ଠ ହାଇସ୍କୁଲ ଓ ପ୍ରଧାନ ଶିକ୍ଷକ ଭାବେ ହିଂଜିଲିକଟୁ ବ୍ଲକ ବୃନ୍ଦାବନ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତି ଲତା ମୁନୀ, ବେଳଗୁଣ୍ଠା ବ୍ଲକ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମୃତି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଶେରଗଡ଼ ବ୍ଲକ କେ. କରଡକଣା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସିମାଞ୍ଚଳ ପ୍ରଧାନ, ସାନଖେମୁଣ୍ଡି ବ୍ଲକ ଛଣମେରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ବେଉରା ଏବଂ ବେଗୁନିଆପଡା ବ୍ଲକ ଅଙ୍ଗାରଗାଁ ଡ଼ି.ଏସ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିପ୍ରଚରଣ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନକୁ ପୁରସ୍କୃତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here