ସମ୍ବର୍ଦ୍ଧିତ ହେଲେ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ

0
206

ବ୍ରହ୍ମପୁର,୨୬/୦୧/୨୦୨୨ ( ଟୁକୁନା ପ୍ରଧାନ) ଆଜି ପବିତ୍ର ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ବିପ୍ର ଚରଣ ସାହୁଙ୍କୁ ଛତ୍ରପୁର ସ୍ଥିତ ଜିଲ୍ଲା ପ୍ୟାରେଡ୍ ପଡିଆ ଠାରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ପି ଆର୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ରେ ଫାଇବ୍ ଟି (୫-ଟି)ମାଧ୍ଯମରେ କାର୍ଯ୍ୟ ଚାଲିଥିବା ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ର ର ସଫଳ ରୂପାୟନ ନେଇ ଶ୍ରୀ ସାହୁଙ୍କୁ ମାନପତ୍ର ପ୍ରଦାନ ସହ ପ୍ରଶଂସା କରିଥିଲେ ପି ଆର୍ ଓ । ଏହି ପୁରସ୍କାର ପାଇଥିବା ହେତୁ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟୁଛି ।

LEAVE A REPLY

Please enter your comment!
Please enter your name here