ଧର୍ମରାୟପୂର ଶାସନ ବୈଦିକ ବ୍ରାହ୍ମଣ ସମାଜ ବୈଠକ । ଶାସନ କର୍ମକର୍ତ୍ତାଙ୍କ ସହ ନୂତନ ଭୁକ୍ତା ଚୟନ

0
578

ବ୍ରହ୍ମପୁର, ୨୭/୦୧/୨୦୨୨: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତାଲୁକା ଅନ୍ତର୍ଗତ ଧର୍ମରାୟପୁର ଶାସନରେ ଆଜି ବୈଦିକ ବ୍ରାହ୍ମଣ ସମାଜର ଏକ ସାଧାରଣ ବୈଠକ ବରିଷ୍ଟ ବ୍ୟକ୍ତିତ୍ଵ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭୂଷଣ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଶାସନର ଭୁକ୍ତା ଥିବା ସ୍ବର୍ଗତ ରମାକାନ୍ତ ତ୍ରିପାଠୀଙ୍କ ବିୟୋଗ ପରେ ବୈଠକ ଅନୁଷ୍ଠିତ କାରଣରୁ ସର୍ବ ପ୍ରଥମେ ସଂଘ କାର୍ଯ୍ୟକର୍ତ୍ତା ସଦାଶିବ ତ୍ରିପାଠୀଙ୍କ ପ୍ରସ୍ତାବ କ୍ରମେ ଏକ ଶୋକସଭାର ଆୟୋଜନ ସହ ଦୁଇ ମିନିଟ ନିରମପ୍ରାର୍ଥାନା କରାଯାଇଥିଲା । ଶାସନ ଅନ୍ତର୍ଗତ ପ୍ରାୟ ଅଶିଏ ବୈଦିକ ବ୍ରାହ୍ମଣ ପରିବାର ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ବ୍ରାହ୍ମଣ ସମାଜର ସମସ୍ୟା ସହ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ଆଲୋଚନା କରାଯାଇଥିଲା । ସମସ୍ତ ସଦସ୍ୟଙ୍କ ଉପସ୍ଥିତି ଓ ଅଂଶଗ୍ରହଣରେ ପରିବର୍ଦ୍ଧିତ ନୂତନ କାର୍ଯ୍ୟକର୍ତ୍ତାଙ୍କ ସହ ଶାସନ ଭୁକ୍ତାଙ୍କୁ ମନୋନୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ କମିଟିରେ ଭୁକ୍ତା ଭାବେ ଦୁର୍ଗାପ୍ରସାଦ ତ୍ରିପାଠୀ , ଭୁକ୍ତାଙ୍କ ଅନୁପସ୍ଥିତିରେ ଶ୍ରୀ ଉମାକାନ୍ତ ତ୍ରିପାଠୀଙ୍କୁ ଭୁକ୍ତା ସଂକ୍ରାନ୍ତୀୟ ପରିଚାଳନା ଦାୟିତ୍ଵ ପ୍ରଦାନ କରାଗଲା । ଏତଦ୍ ବ୍ୟତୀତ ନୂତନ କମିଟି ଗଠନ କରାଯାଇ ୧୨ ଜଣଙ୍କୁ ନେଇ ଶାସନ ବୈଦିକ ବ୍ରାହ୍ମଣ କମିଟି ଗଠନ କରାଗଲା । କମିଟିରେ ସର୍ବ ଶ୍ରୀ ଅରୁଣ କୁମାର ତ୍ରିପାଠୀ ସଭାପତି , ପୀତବାସ ରଥ ସମ୍ପାଦକ , ନାରାୟଣ ରଥ କୋଷାଧ୍ୟକ୍ଷ , ସହଯୋଗୀ ଭାବେ ନିର୍ମଳ ତ୍ରିପାଠୀ , ସୁରେନ୍ଦ୍ର ତ୍ରିପାଠୀ , ରବୀନ୍ଦ୍ର ତ୍ରିପାଠୀ , ଅଶ୍ଵିନୀ ପଣ୍ଡା , ଶ୍ରୀକାନ୍ତ ମିଶ୍ର , ନାରାୟଣ ରଥ , ବିଜୟ ତ୍ରିପାଠୀ , ଜଗନ୍ନାଥ ପଣ୍ଡା , ସନ୍ତୋଷ ତ୍ରିପାଠୀ ଓ ସୁନିଲ ରଥ ପ୍ରମୁଖ ମନୋନୀତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here