ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜେପି ଇସ୍ତାହାର।ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି: ସମୀର ମହାନ୍ତି, ବରିଷ୍ଠ ନେତୃବୃନ୍ଦଙ୍କ ଇସ୍ତହାର ରିଲିଜ୍ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

0
191

ଭୁବନେଶ୍ୱର,୨୭/୦୧/୨୦୨୨: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ “ସକା ସାଥ, ସବ୍‌କା ବିକାଶ, ସବକା ବିଶ୍ଵାସ ଓ ସବ୍‌କା ପ୍ରୟାସ ” କେବଳ ଏକ ନାରା ନୁହେଁ ବରଂ ଏହା ଏକ ସଂକଳ୍ପ “ଗ୍ରାମାଂଚଳର ବିକାଶରେ ଦେଶର ବିକାଶ” । ଏହାକୁ

ମୂଳମନ୍ତ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ଗରୀବ ଏବଂ
ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସୁଛନ୍ତି । ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ ଗ୍ରାମାଂଚଳର ବିକାଶ ପାଇଁ ମୋଦି ସରକାର ପ୍ରଚୁର ଅର୍ଥ ଓଡିଶାକୁ ପ୍ରଦାନ କରିଛନ୍ତି । ସେହିଭଳି ଡିଏମଏଫ ଏବଂOMBADC ପାଣ୍ଟି ରେ ବ୍ୟାପକ ଅର୍ଥ ଆସୁଛି । ଏହି ଅର୍ଥରେ ପଂଚାୟତର ଭିତିଭୂମିର ବିକାଶ ସମେତ ଆର୍ଥିକ ସ୍ଵାଭଲମ୍ବୀ ହେବା ମୂଳ ଉଦ୍ଦେଶ୍ୟ । କିନ୍ତୁ ପଂଚାୟତ ସ୍ତରରେ ଶାସକ ବିଜେଡି ନେତାମାନଙ୍କ ଦ୍ବାରା ବ୍ୟାପକ ଅର୍ଥ ଲୁଟ ହେଉଛି । ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି ତେଣୁ ତାକୁ ବିଜେପି ଆଉ ହେବାକୁ ଦେବନି । ମୋଦି ପଠାଉଥୁବା ଟଙ୍କାର ଜଗୁଆଳି ହେବ ବିଜେପି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର “ ଆମ ପ୍ରତିଶ୍ରୁତି ଆମ ସଂକଳ୍ପ”କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତ ଆଜି ରାଜ୍ୟ କାର୍ଯ୍ୟାଳୟରେ ରିଲିଜ୍ କରିଛନ୍ତି । ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରତି ଓଡ଼ିଆଙ୍କର ସୁରକ୍ଷା ଓ ବିକାଶ ହେଉଛି ବିଜେପି ରାଜନୀତିର ମୂଳମନ୍ତ୍ର । “ମୋ ସରକାର” ବା “ମୋ ପରିବାର” କଥା କହି ପରିବାର ସଦସ୍ୟମାନଙ୍କ ସହିତ ବିଶ୍ବାସଘାତ କରିବା ବ୍ୟବସ୍ଥା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି । ଭାରତୀୟ ଜନତା ପାର୍ଟି ଜିତିଲେ ପଂଚାୟତ ଓ ବ୍ଳକରୁ ପିସି ରାଜ ବନ୍ଦ କରିବ । ପ୍ରଧାନମନ୍ତ୍ରୀ ଆବାସ ପାଇଁ କାହାକୁ ଲାଂଚ ଦେବାକୁ ପଡିବ ନାହିଁ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଓ ପାଇଖାନା ଯୋଗାଇ ଦିଆଯିବ ଆଇନ୍ ଅନୁଯାୟୀ ପଂଚାୟତରେ ସରପଂଚଙ୍କୁ ସବୁ କ୍ଷମତା ଦିଆଯିବା ସହିତ ପ୍ରତି ଗ୍ରାମରେ ଗ୍ରାମସଭା, ପଲ୍ଲୀସଭା ଜରିଆରେ ପଂଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ପଂଚାୟତକୁ ସିଧାସଳଖ ଯାଉଥିବା ଅର୍ଥ ୱାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନାକ୍ରମେ ସରପଂଚ ଖର୍ଚ୍ଚ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ପଂଚାୟତସ୍ତରରେ ସରପଂଚ ମାଫିତରେ ଧାନ ମଣ୍ଡି ଖୋଲିବା ପାଇଁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଜରିଆରେ ବ୍ୟବସ୍ଥା କରାଯିବ କୃଷକମାନେ ତାଙ୍କର ବଳକା ଧାନକୁ ସହଜରେ ଯେପରି କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରି ପାରିବେ ତାର ବ୍ୟବସ୍ଥା କରିବା ସହିତ ଧାନ ମଣ୍ଡିରେ ପ୍ରଚଳିତ ଭୁବନେଶ୍ବରରୁ ଟୋକନ୍ ମିଳିବା ବ୍ୟବସ୍ଥାକୁ ସମ୍ପୂର୍ଣ ଉଚ୍ଛେଦ କରାଯିବ । ମଣ୍ଡିରୁ ଧାନ କିଣିବା ବ୍ୟବସ୍ଥା ଯେପରି ମିଲରମାନଙ୍କର ମନମୁଖୀ ନିଷ୍ପତି ଦ୍ଵାରା ପରିଚାଳିତ ହେଉଛି ତାହାର ଅନ୍ତ ଘଟାଇ ଧାନ ବିକ୍ରୟ କ୍ଷେତ୍ରରେ ଚାଲିଥିବା “ଦଲାଲ୍ ରାଜ’ର ପରିସମାପ୍ତି କରାଯିବ । କୋ-ଅପରେଟିଭ ସୋସାଇଟି ଦ୍ବାରା ଚାଷୀମାନେ ଯେପରି ୨ ପ୍ରତିଶତ ସୁଧ ହାରରେ ଋଣ ପାଇବେ ତାର ବ୍ୟବସ୍ଥା କରାଯାଇ ଚାଷୀଙ୍କୁ ଉଚିତ ଦରରେ ସାର ଓ ବିହନ ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀଙ୍କୁ ତିନୋଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ଯୋଗାଇ ଦେଉଛନ୍ତି କିନ୍ତୁ ଏହାର ସିଂହଭାଗ ପ୍ରକୃତ ଚାଷୀ ଅପେକ୍ଷା ଶାସକ ଦଳର ଦଲାଲମାନଙ୍କ ହାତକୁ ଚାଲିଯାଉଛି ତେଣୁ ଗ୍ରାମ ପଂଚାୟତ ସ୍ତରରେ ଏହାର ତନଖୁ କରାଯାଇ ଯେପରି ପ୍ରକୃତ ଚାଷୀଙ୍କ ପାଖରେ ଏହି ଅର୍ଥ ପହଁଚିବ ସେଥିପାଇଁ ପଂଚାୟତ ସ୍ତରରେ ଏହାର ତଦାରଖ ପାଇଁ ସ୍ଵତନ୍ତ୍ର ଭାବେ କମିଟି ଗଠନ କରାଯିବ । ଯେଉଁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ମିଳିନାହିଁ ସେମାନଙ୍କ ପାଇଁ ରାସନ କାର୍ଡ ବ୍ୟବସ୍ଥା କରିବା ସହିତ କେନ୍ଦ୍ରର ମୋଦି ସରକାର ଯୋଗାଇ ଦେଉଥିବା ଚାଉଳ ଓ ଗହମ ଯୋଗାଇ ଦିଆଯିବ ।ପଂଚାୟତରେ ତିଆରି କରାଯାଇଥିବା ନାଳ ନର୍ଦ୍ଦମା ବର୍ଷ ବର୍ଷ ଧରି ସଫା ହେଉନଥିବାରୁ ତାହା ବିଭିନ୍ନ ରୋଗର କାରଣ ପାଲଟିଛି। ସେଥିପାଇଁ ନାଳ ନର୍ଦ୍ଦମା ସଫା କରି ପଂଚାୟତକୁ ସ୍ଵଚ୍ଛ ରଖାଯିବ । ଷ୍ଟ୍ରିଟ୍ ଲାଇଟ୍, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ଦିଆଯିବ । ଅଙ୍ଗନବାଡି, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ଓ ଉଚ୍ଚମାନର ପୋଷାକ ଯୋଗାଇ ଦିଆଯିବ । ସେହିପରି ପ୍ରତି ଗ୍ରାମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ପାନୀୟ ଜଳ ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ ସୁନିଶ୍ଚିତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସଂପ୍ରତି ହଜାର ସଂୟ ସହାୟିକା ଗୋଷ୍ଠୀ ରାଜ୍ୟରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ମାତ୍ର ୫ ପ୍ରତିଶତରୁ କମ୍ ସଂୟ ସହାୟିକା ଗୋଷ୍ଠୀ ବିଭିନ୍ନ ବୃତିମୂଳକ କାର୍ଯ୍ୟରେ ତାଲିମ୍ ନେଇ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଉତ୍ପାଦନ କରୁଛନ୍ତି ଏସ୍.ଏଚ୍.ଜି ବା ସଂୟ ସହାୟିକା ଗୋଷ୍ଠୀକୁ ମିଶନ ଶକ୍ତି ଜରିଆରେ ଅଧିକ ସଶକ୍ତ କରିବା ସହିତ ସେମାନଙ୍କ ଟ୍ରେନିଂ ପାଇଁ ନିର୍ମିତ ଗୃହର ସମ୍ପ୍ରସାରଣ କରି ଗୋଟିଏ ଜାଗାରେ ତାଙ୍କର ତାଲିମ୍ ଏବଂ ଉତ୍ପାଦିତ ଦ୍ରବ୍ୟଗୁଡିକର ବିକ୍ରୟ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଆତ୍ମ ନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ପାଇଁ ଶିଳ୍ପ ତାଲିମ ଦେଇ ସେମାନଙ୍କ ଅର୍ଥନୈତିକ ବିକାଶ କରିବା ପାଇଁ ପଦକ୍ଷେପ ନିଆଯିବ । ମହିଳାମାନଙ୍କୁ ନେଇ ଯେପରି ସଂୟ ସହାୟିକା ଗୋଷ୍ଠୀ ଗଢାଯାଇଛି ସେଭଳି ବେକାର ଯୁବକମାନଙ୍କୁ ନେଇ ପୁରୁଷ ସଂୟ ସହାୟକ ଗୋଷ୍ଠୀ ଗଢିବା ବ୍ୟବସ୍ଥା କରିବା ସହିତ ମହିଳାମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ବିଡିଓମାନଙ୍କୁ ସରକାରଙ୍କ ପ୍ରତିନିଧି ଭାବେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ପଂଚାୟତ ସମିତିମାନଙ୍କୁ ତାଙ୍କର ହାତ ବାରିସୀ ହେବାକୁ ଦିଆଯିବ ନାହିଁ ପଂଚାୟତ ସମିତିରେ ଚାଲିଥିବା “ ଦଲାଲ ରାଜ”କୁ ହଟାଯାଇ ପଂଚାୟତ ସମିତିର ଅଧ୍ୟକ୍ଷ ଏବଂ ସମିତି ସଦସ୍ୟମାନେ ଯେପରି ନିର୍ମିକ ଓ ସ୍ଵାଧୀନଭାବେ ବିକାଶ ପାଇଁ କାର୍ଯ୍ୟ କରିବେ ସେଥପାଇଁ ଦୃଢ଼ ପଦକ୍ଷେପ ନିଆଯିବ ଜିଲ୍ଲା ପରିଷଦକୁ ସଶକ୍ତ କରିବା ପାଇଁ ଆଇନ ଅନୁମୋଦିତ ସମସ୍ତ କ୍ଷମତା ଯେପରି ତାଙ୍କୁ ମିଳିବ ସେଥିପାଇଁ ବ୍ୟବସ୍ଥା କରାଯିବ ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ପରିଷଦ ସଦସ୍ୟମାନଙ୍କ ସହିତ ମିଶି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଯେଉଁ ଯୋଜନା ପ୍ରସ୍ତୁତ କରିବେ ତାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ବାତ୍ୟା, ବନ୍ୟା, ମରୁଡି ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ଆସୁଥିବା ଓଡିଶା ରାଜ୍ୟକୁ ମୋଦି ସରକାର ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉଛନ୍ତି । କିନ୍ତୁ ତାର ସିଂହଭାଗ ଶାସକ ଦଳର ଧନୀ ନେତା ଓ କର୍ମୀମାନେ ହଡପ କରୁଛନ୍ତି । ତେଣୁ ଓଡିଶାର ପ୍ରକୃତ ଗରୀବ ହିତାଧୁକାରୀଙ୍କୁ ବାଛି ସ୍ଵତନ୍ତ୍ରଭାବେ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ମନରେଗାରେ ମିଳୁଥିବା ଜବକାର୍ଡ ଯେପରି ବନ୍ଧା ପଡ଼ୁଛି ଓ ସବୁ ପ୍ରକାର ମାଟି କାମ ମଣିଷ ବଦଳରେ ମେସିନ କରୁଛି ସେଭଳି ହରିଲୁଟ୍‌କୁ ବନ୍ଦ କରାଯିବା ସହ ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ମୋଦି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ମଜୁରୀ ପ୍ରଦାନକୁ ସୁନିଶ୍ଚିତ କରାଯିବ ।ରାଜ୍ୟ ସରକାର ଗାଁ ଗହଳିରେ ଅପର୍ଯ୍ୟାପ୍ତ ସଂଖ୍ୟାରେ ମଦ ଦୋକାନ ଖୋଲି ଓଡିଆ ଗ୍ରାମ୍ୟ ସଂସ୍କୃତିକୁ ଧ୍ୱଂସ କରି ସାରିଲେଣି । ମଦ ଦୋକାନ ଗୁଡିକ ଜନବସତି, ସ୍କୁଲ, କଲେଜ, ଉପାସନା ପୀଠ ଏବଂ ରାଜପଥ ଠାରୁ ୫୦୦ ମିଟର ଦୂରରେ ଖୋଲିବାର ନିୟମ ରହିଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ନିୟମ ଉଲ୍ଲଙ୍ଘନ କରି ମଦ ଦୋକାନ ଖୋଲାଯିବା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ‘ଲୋକଙ୍କୁ ଅଧିକାର, ଗାଁ ଗାଁରେ ବିଜେପି ସରକାର’ ତେଣୁ ସ୍ଵଚ୍ଛ ଓ ନିର୍ମଳ ପଂଚାୟତିରାଜ ବ୍ୟବସ୍ଥା
ଜରିଆରେ ନୂଆ ଓଡିଶା ଗଢିବାକୁ ପଦ୍ମଫୁଲ ଚିହ୍ନରେ ମୋହର ଦେଇ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାପତି ବଳଭଦ୍ର ମାଝୀ ଓ ଅନୀତା ଶୁଭଦର୍ଶୀନି, ଇସ୍ତାହାର କମିଟିର ସଦସ୍ୟ ରମାରଂଜନ ବଳିୟାରସିଂହ, ପୂର୍ଣଚନ୍ଦ୍ର ମଲ୍ଲିକ, ଶଙ୍କର ପରିଡା, ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ସୋନାଳୀ ସାହୁ ପ୍ରମୁଖ ଉପସ୍ଥିତ
ଥିଲେ ।

LEAVE A REPLY

Please enter your comment!
Please enter your name here