ବ୍ରହ୍ମପୁର,୨୭/୦୧/୨୦୨୨ :ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ଏଭିବିପି ) ଗଂଜାମ ଜିଲ୍ଲା ଦିଗପହଣ୍ଡି ନଗର ପକ୍ଷରୁ ସ୍ଵାଧୀନତାର ଅମୃତ ବର୍ଷ ଅବସରରେ ୭୩ ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦିବସ ପାଳନ ଅବସରରେ ବିଦ୍ୟାର୍ଥୀମାନେ ଗୋକର୍ଣ୍ଣପୁର ଦିଗପହଣ୍ଡି ଭଳି କିଛି ସ୍ଥାନରେ ପତାକା ଉତ୍ତୋଳନ କରିବା ସହିତ ” ତ୍ରିରଙ୍ଗା ସହ ସେଲ୍ଫି ” କାର୍ଯ୍ୟକ୍ରମ ମାଧ୍ୟମରେ କିଛି ସ୍ଥାନକୁ ଯାଇ ଫୋଟୋ ଉଠାଇବା ସହ ତ୍ରିରଙ୍ଗା ଅଭିଯାନର ଆରମ୍ଭ କରିଥିଲେ । ଦିଗପହଣ୍ଡି ସ୍ଥିତ ଐତିହାସିକ ମାଁ ଚାମୁଣ୍ଡା ଦେବୀଙ୍କ ପର୍ବତ ପୀଠ ତଥା ଖେମୁଣ୍ଡି ରାଜା ସାଧନାର ପୀଠକୁ ବିଦ୍ୟାର୍ଥୀମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତାର ଜୟ ଗାନ କରି ପର୍ବତ ଆରୋହଣ କରିବା ସହିତ ପର୍ବତ ଶିଖରରେ ତ୍ରିରଙ୍ଗା ଉଡାଇ ଜାତୀୟ ସଂଗୀତ ଗାନ କରିଥିଲେ । ଦର୍ଶନୀୟ ଐତିହାସିକ ପୀଠର ମାହାତ୍ମ୍ୟକୁ ଅନୁଶୀଳନ ସହ ଫୋଟୋ ଉତ୍ତୋଳନ କରିଥିଲେ । ପରିଶେଷରେ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ମାଁ ଚାମୁଣ୍ଡେଶ୍ୱରି ଦେବୀଙ୍କ ମନ୍ଦିରର ପରିଦର୍ଶନ କରି ପୀଠ ପ୍ରବାଦରେ ଥିବା ଐତିହାସିକ କିମ୍ବଦନ୍ତୀ ଓ ଇତିହାସକୁ ଅନୁଧ୍ୟାନ ଜ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ସଂଯୋଜକ ଏସ୍ ସୁନିଲ କୁମାର ଦୋରା , ନଗର ସହ ସମ୍ପାଦକ ଅମିତ ରଥ , ଶିବ ରେଡି , ଅରକ୍ଷିତ ଦୋରା , ମୁନା ଗଉଡ଼, ହରିକୃଷ୍ଣ , ମିଥୁନ , ରଂଜନ , ବିଜୟ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଗଣତନ୍ତ୍ର ଦିବସକୁ ଭିନ୍ନ ଢ଼ଙ୍ଗରେ ପାଳନ କରିଥିଲେ ।